ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ asagada hrudaya ku sajadila

ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ
ଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେ
ତୁମରି ପ୍ରେମର ପରଶେ … (ଘୋଷା)

ପଡ଼ିଥିଲି ଅପରାଧେ ଏ ଜଗତେ ଯେବେ
ଯୀଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେ
ଜାଳିଲ ଆଲୋକ ଅନ୍ତରେ ତୁମରି ସ୍ବର୍ଗୀୟ ଦୟାରେ
ପରିତ୍ରାଣ ଦେଲ ମୋତେ ତୁମ ଅନୁଗ୍ରହେ
ତୁମରି ସନ୍ତାନ ହୋଇ ନୂତନ ଜନମେ
ଶାନ୍ତି ପାଇଲି ମାନସେ … |୧|

ଆପଦରେ ବିପଦରେ ସାହା ଏକା ତୁମେ
ମୋ ଦୁଃଖରେ ମୋ ସୁଖରେ ବନ୍ଧୁ ଏକା ତୁମେ
ତୁମରି ପ୍ରେମରୁ କେ ମୋତେ-ଚ୍ଛିନ୍ନ ନ କରିବ ଜଗତେ
ଏତିକି ଭରସା ପ୍ରଭୁ ଦେଉଛ ମୋ ମନେ
ଭୟ ନାହିଁ ମୋତେ ଆଉ, ତୁମେ ଅଛ ସାଥେ
ବଞ୍ଚିବି ମୁଁ ଏହି ବିଶ୍ୱାସେ … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *