ନୁହଁଇ ମୁହିଁ ନିରାଶ କଲେ ଧୂଳି ଶୟନ
ଅବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ ।। ଘୋ ।।
ପୁନରୁତ୍ଥାନ ଦିନେ ତୂରୀ ବାଜିଲା କ୍ଷଣେ
ଖ୍ରୀଷ୍ଟାଶ୍ରୀତଙ୍କ ସହିତ ହେବ ମୋର ଉତଥାନ ।। ୧ ।।
ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ
ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ ।। ୨ ।।
ଅବା ଅପମାନରେ ଶୋଇଥିଲେ କବରେ
ଉଠିବି ମୁଁ ଗୌରବରେ ଘୁଞ୍ଚିିବ ଅପମାନ ।। ୩ ।।
ପାଇ ଅକ୍ଷୟ ଦେହ କରି ମ୍ରୁତ୍ୟୁକୁ ଜୟ
ସୂର୍ୟ୍ଯ ପ୍ରାୟ ତେଜଷ୍କର ହୋଇବ ମୋ ବଦନ ।। ୪ ।।