ମୁଁ କି ନେବି ଯୀଶୁ ପାଦେ ଥୋଇବି ?
କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା)
କି ଅଛି ମୋହର କି ଘେନି ଯିବି ?
ତାଙ୍କ ପ୍ରେମ ତୁଲ୍ୟ କି ଦ୍ରବ୍ୟ ଦେବି ? || ୧ ||
ମୁଁ ଦରିଦ୍ର, କାହୁଁ ଧନ ପାଇବି ?
କି ଧନ ଦେଇ ବା ତାଙ୍କୁ ପୋଷିବି ? || ୨ ||
ସବୁ ତ ତାଙ୍କର ତାଙ୍କୁ କି ଦେବି ?
ସୁଯୋଗ୍ୟ ପଦାର୍ଥ କାହୁଁ ଆଣିବି ? || ୩ ||
ଯଦିବା ମୁଁ ଦେହ ପ୍ରାଣ ଅର୍ପିବି
ତେବେ ମୁଁ ଧାରୁଆ ହୋଇ ରହିବି || ୪ ||
ଯାବଜୀବନ ମୁଁ କୃତଜ୍ଞ ହେବି,
ନମ୍ର ହୋଇ ତାଙ୍କ ପାଦେ ପଡ଼ିବି || ୫ ||
ତାଙ୍କ ପ୍ରଶଂସାରେ କାଳ କାଟିବି,
ଦେହ ପ୍ରାଣ ସବୁ ମୁଁ ଉତ୍ସର୍ଗିବି || ୬ ||