(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି)

ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)
ଏଡ଼େ ପ୍ରେମ କଲ ! ନିଜ ପ୍ରାଣ ଦେଲ
କରିବାକୁ ଆପଣାର

ପାପ ରୋଗେ ରୋଗି ପ୍ରତିଫଳ ଭୋଗି ସଢ଼ୁଥୁଲି ମୁଁ ଜଗତେ
ନିରାଶ ଜୀବନେ ନିରୁପାୟ ପ୍ରାଣେ ନ ଥୁଲେ କେହି ମରତେ ହୋ…(୨ଥର)
ଆସିଲ ନିକଟେ ନେଲ ନିଜ ହସ୍ତେ
ବଞ୍ଚାଇଲ ଦେଇ ନିଜ ରକ୍ତେ
ସରଗର ସୁଖ ତେଜି ମୋ କାରଣେ ମାନବ ରୂପେ ଆଇଲ
ମୋ ତ୍ରାଣ କାରଣେ ନିଜ ବଳି ଦାନେ ମୋ ପରିତ୍ରାଣ ସାଜିଲ ହୋ…(୨ଥର)
ହଜି ଯାଇଥୁଲି ଖୋଜି ଆବୋରିଲ
ପାପ କ୍ଷମି କୋଳେ ସ୍ଥାନ ଦେଲ

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *