ହେବ କି ମୋ ତ୍ରାତା ନାମ ମୋ ମନରୁ ବିସ୍ମରଣ ?
ନାହିଁ ନାହିଁ, ନ ପାରଇ ପାସୋରି ଯାବଜ୍ଜୀବନ । ଘୋଷା ।
ଦେଖି ମୋତେ ପାପ-କୂପେ ଅଇଲେ ମାନବ ରୂପେ,
ଅଛି କି ପ୍ରେମ ଏ ରୂପ ତ୍ରିଭୁବନରେ ଦର୍ଶନ ? । ୧ ।
ହୋଇ କେଡ଼େ ଧନବାନ ମୋ ପାଇଁ ହେଲେ ନିର୍ଦ୍ଧନ
ନ ଥିଲା ତାଙ୍କ କାରଣ ମୁଣ୍ଡ ପାତିବାର ସ୍ଥାନ । ୨ ।
ବାସ କଲେ କେଡ଼େ କଷ୍ଟେ, ବହିଲେ ମୋ ପାପ ପୃଷ୍ଠେ,
ଗାଇବି ମୁଁ ନିତ୍ୟ ହୃଷ୍ଟେ ତାହାଙ୍କ ପ୍ରଶଂସା ଗାନ । ୩ ।
ଭୋଗିଲେ କେତେ ଯାତନା ମୋହର ପାପ ବେଦନା
ସେ ପ୍ରେମକୁ କି ଉପମା, ଭାବି ତାହା ଅନୁକ୍ଷଣ । ୪ ।
ତେଜିଣ ମହିମା ଦୂରେ ଶୋଇଲେ ସେ କବରରେ
ଦୀନହୀନ ସଦୃଶରେ, ମୋ ପ୍ରତି ଏସନ ପ୍ରେମ । ୫ ।
ଯାଉ ସବୁ ଦୂରେ ଯାଉ, ସେ ନାମ ମୋ ମନେ ଥାଉ;
ତାଙ୍କୁ କି ପାସୋରେ ଆଉ ! ସେହି ପ୍ରଶଂସା ଭାଜନ । ୬ ।