ଯୀଶୁ ପ୍ରିୟ ଗୁଣନିଧି, ତୁମ୍ଭେ ଅମର ଔଷଧ ହେ
ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା ।
ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି
ପରଲାଗି ଆପେ ମରି, ଏପରି କେ ପାରେ ସାଧି ହେ । ୧ ।
ଅଭିଷିକ୍ତ ତ୍ରାଣନିଧି, ଅଛ ପୂବୁଁ ଅଦ୍ୟାବଧି,
ମୁକ୍ତିଦାନେ ସୁପ୍ରସିଦ୍ଧି, ହର ପାପ-ମହାବ୍ୟାଥି ହେ ା ୨ ।
ଉତ୍ତମ ବୈଦ୍ୟ ସୁବୁଦ୍ଧି, ବିନା ମୂଲ୍ୟରେ ଔଷଧି
ଯାଚୁଅଛ ନିରବଧି, ନିଅ ଖାଅ ହୁଅ ଶୁଦ୍ଧି ହେ ା ୩ ।
ଏସନ ଦିବ୍ୟ ଔଷଧି ଦେଇ ଗଲ ସ୍ୱର୍ଗ ଗାଦି,
ଦୂତଗଣେ ସେବାବିଧି କରୁଛନ୍ତି ନିରବଧି ହେ ା ୪ ।