ଦିନ ମୋ ସଫଳ ହେଲା,
କି ମଙ୍ଗଳ ପ୍ରାପ୍ତ ହେଲା । ଘୋଷା ।
ଖ୍ରୀଷ୍ଟ ମୋର ଜୀବଧବ, ତାଙ୍କ ସଙ୍ଗେ ମୋର ଭାବ,
ଭାବରୁ ଅଶେଷ ସୁଖ, ଜନ୍ମଇ ପରମ ଲାଭ ା ୧ ।
ଯାଉ ଏ ସୁଖ ସମ୍ପତ୍ତି ଖ୍ରୀଷ୍ଟ ସଙ୍ଗେ ମୋର ପ୍ରୀତି,
ଅନ୍ୟରେ ନ ମଜ୍ଜୁ ମତି, ସେହି ସିନା ପ୍ରାଣପତି ା ୨ ।
ତାଙ୍କର ସୌନ୍ଦର୍ଯ୍ୟ ଗୁଣ ଦିଶୁଥାଏ ଅନୁକ୍ଷଣ,
ନ ପଡ଼େ ନେତ୍ର ପଲକ ମନ କରେ ଆକର୍ଷଣ ା ୩ ।
ମୋ ନେତ୍ର ସଲିଳେ ପୂର୍ଣ୍ଣ ପ୍ରେମେ ହୋଇ ପରିପୂର୍ଣ୍ଣ,
ତନୁ ପ୍ରାଣ ଜରଜର ନ ସ୍ଫୁରେ ଆଉ ବଚନ ା ୪ ।
ତାଙ୍କ ଅଙ୍ଗ ସଙ୍ଗ ହେବା ତନୁ ପ୍ରାଣ ତାଙ୍କୁ ଦେବା,
ତାଙ୍କ ପଛେ ପଛେ ଯିବା ସ୍ୱର୍ଗରେ ପ୍ରବେଶ ହେବା । ୫ ।