ଆହେ ଯୀଶୁ, ଯିବି ତୁମ୍ଭ ବିନା କା’ଠାରେ ?
ଅନନ୍ତ ଜୀବନ ତୁମ୍ଭଠାରେ । ଘୋଷା ।
ତୁମ୍ଭେ ପାପ-ତାପ ହର୍ତ୍ତା ଅଦ୍ୱିତୀୟ ତ୍ରାଣକର୍ତ୍ତା,
ନାହିଁ ଆନ ତୁମ୍ଭ ବିହୁନରେ । ୧ ।
ତୁମ୍ଭେ ପରମ ବୈଦ୍ୟ, ପାପ-ରୋଗ ତୁମ୍ଭ ସାଧ୍ୟ,
ମୁହିଁ ପୀଡ଼ିତ ମହା ବ୍ୟାଧିରେ । ୨ ।
ତୁମ୍ଭେ ହେ ଅଟ ମୋହର କୋଣ ପ୍ରଧାନ ପଥର,
ମୋ ଭରସା ଗୁନ୍ଥା ତହିଁପରେ । ୩ ।
ତୁମ୍ଭେ ହେ ଅଟ ମୋହର ଦୃଢ଼ ଆଶ୍ରୟ ନଗର,
ପଳାଇ ବଞ୍ôଚବି ମୁଁ ତହିଁରେ । ୪ ।
ତୁମ୍ଭେ ହେ ସ୍ୱର୍ଗର ଦ୍ୱାର ପଥ ସତ୍ୟତା ଆବର,
ନାହିଁ ପଥ ଆଉ କେଉଁଠାରେ । ୫ ।
ତୁମ୍ଭେ ମୋ ପରମ ବନ୍ଧୁ ତୁମ୍ଭେ ମୋ ସବୁରେ ସବୁ,
ନାହିଁ ଗତି ତୁମ୍ଭ ବିହୁନରେ । ୬ ।