ଯୀଶୁ ଖ୍ରୀଷ୍ଟ ନାମ ତରୀ jishu khristo naamo tori

ଯୀଶୁ ଖ୍ରୀଷ୍ଟ ନାମ ତରୀ

ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା । 

 

ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ ମନେ ବ୍ୟାକୁଳ,

ଯୀଶୁ ଦୟାମୟ ଅଟନ୍ତି ସହାୟ, ଧରନ୍ତି ହସ୍ତ ବିସ୍ତାରି । ୧ । 

 

ତାହାଙ୍କ ନିକଟରେ ଯିବାର ନିମନ୍ତେ ନାହିଁଟି ସଙ୍କଟ ଭୟ,

ବିନା ମୂଲ୍ୟେ ତରୀ କରୁଛନ୍ତି ପାରି, ବସିଥାଇ ଭବ ଘାଟେ ହେ । ୨ । 

 

ଏହି ମାତ୍ରକ ପ୍ରୟୋଜନ ଅଟଇ, ଲୋଡ଼ନ୍ତି ବିଶ୍ୱାସ ଭକ୍ତି,

ଯତ୍ନଶୀଳ ହୋଇ ସଙ୍ଗେ ଗଲେ ନେଇ, ନ ମାଗିବେ ସେ କଉଡ଼ି ହେ । ୩ । 

 

ମୃତ୍ୟୁ ନଦୀ ପାରି ହୋଇ ଯିବାବେଳେ ମନେ ଦେବେ ସ୍ଥିର ଶାନ୍ତି,

ପାପର ଲହଡ଼ି ପକାଇବେ ଏଡ଼ି, ଲଗାଇବେ ସ୍ୱର୍ଗ-କୂଳେ ହେ । ୪ ।

ସୂଚୀମାଳାକୁ ଫେରନ୍ତୁ

 
 
 

Click the link below to listen full song and know the tune

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *