ମନ ଅଜ୍ଞାନରେ, ଆଜି ପରାଣ ଭରେ
ଡାକ ହୃଦୟ ରଞ୍ଜନରେ । ଘୋଷା ।
ଶାନ୍ତି ନିକେତନ ଛାଡ଼ି କାହିଁ ଧାଉଁ ଶାନ୍ତି ଲୋଡ଼ି ?
ସୁଖ ଶାନ୍ତି ଲେଶ ନାହିଁ ସାରା ସଂସାରେ । ୧ ।
ଯାକୁ ମଣୁ ସୁଖ ସାର ସେହି ସିନା ହାହାକାର
ଜୀବନ ଯୌବନ ଧନ ସବୁ ଯିବରେ । ୨ ।
ଫେରନା ଫେରନା ଆଜି ଆସିଛୁ ଦୁଆରେ ଯଦି,
ଶୂନ୍ୟ ହାତେ କେଣେ ଯାଉ ଶୂନ୍ୟ ସଂସାରେ । ୩ ।
ଆଜି ତାଙ୍କୁ ଯାଅ ଦେଖି ହୃଦରେ ଆଣରେ ଡାକି
ଶୁଷ୍କ ପ୍ରାଣ ଶୁଷ୍କ ରଖି କେଣେ ଯାଉରେ । ୪ ।
ତୋର ପରାଣ ବେଦନ କର ଆଜି ନିବେଦନ,
ପାଇବୁ ନବ ଜୀବନ ତାଙ୍କରି ବରେ । ୫ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.