ଯୀଶୁ, ଶରଣ ମୁଁ ନେଲି,
ଅନାଅ ମୋତେ ପ୍ରସନ୍ନେ ନୋହିଲେ ମୁଁ ମଲି ା ଘୋଷା ।
ତୁମ୍ଭେ ଆତ୍ମାର ବେବର୍ତ୍ତା ତୁମ୍ଭେ ପାପତାପହର୍ତ୍ତା,
ମୁହିଁ ପାପୀ ହଜାମେଷ ବାହୁଡ଼ି ଅଇଲି ା ୧ ।
ପାପ ଭବ ଶୟତାନ କଲେ ମୋ ପରେ ଶାସନ,
ଏବେ ମୁଁ ପଳାଇ ଆସି ଚରଣ ଧଇଲି ା ୨ ।
ତୁମ୍ଭର ବୋଝ ଯୁଆଳି ସହଜ ବୋଲି ଘେନିଲି,
ହୋଇ ତୁମ୍ଭ ପଶ୍ଚାଦ୍ଗାମୀ କ୍ରୁଶ ମୁଁ ବହିଲି ା ୩ ।
ଶୟତାନ ଅଧିପତି କଲା ମୋ ମନେ ରାଜୁତି,
ବସ ହୃଦ-ସିଂହାସନେ, ତୁମ୍ଭର ହୋଇଲି ା ୪ ।
ଏବେ ମୁଁ ଅଟେ ତୁମ୍ଭର, କର ତୁମ୍ଭେ ଅଧିକାର,
ତୁମ୍ଭ ବହୁମୂଲ୍ୟ ରକ୍ତେ ମୁହିଁ କିଣା ହେଲି ା ୫ ।
ତୁମ୍ଭ ବିନା ନାହିଁ ଗତି, ତୁମ୍ଭେ ମୋ ଜୀବନ ପତି,
ତୁମ୍ଭେ ମୋ ସବୁରେ ସବୁ, ଏହା ମୁଁ ବୁଝିଲି ା ୬ ।