ମୁଁ କି କଲି, ପିତା ଗୃହ ତେଜିଲି
ବିଦେଶରେ ଆଶ୍ରାହୀନ ହୋଇଲି ପୈତୃକ ସମ୍ପତ୍ତି ଉଡ଼ାଇ ଦେଲି, ା ଘୋଷା ।
ଦୁର୍ଭିକ୍ଷ ସମୟେ ଦରିଦ୍ର ହେଲି ପୁତ୍ର ଅଧିକାର ହରାଇ ଦେଲି, ା ୧ ।
ଏବେ ଦାସପଣେ କାଳ କାଟିଲି ଅନ୍ନବସ୍ତ୍ର ବାସବିହୀନ ହେଲି, ା ୨ ।
ଶୂକର ଚରାଇ ବିଲେ ବୁଲିଲି କ୍ଷୁଧାନଳ ସହି ମୁଁ ନ ପାରିଲି, ା ୩ ।
ଶୂକରର ଖାଦ୍ୟ ମୁହିଁ ଲୋଡ଼ିଲି ପିତା ଈଶ୍ୱରଙ୍କ ଦ୍ରୋହୀ ହୋଇଲି, ା ୪ ।
ମୋ ଦୁଷ୍ଟ କର୍ମର ଫଳ ଭୁଞ୍ଜିଲି ହେ ପିତା, ଏବେ ମୁଁ ଫେରି ଆସିଲି, ା ୫ ।
ରଖ ଦାସ କରି, ନୋହିଲେ ମଲି ା ୬ ।
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.