ଜଗତ ମୋ ଚିର ବସିତ ନୁହଇ
କିପାଇଁ ଖୋଜିବି ବିଶ୍ରାମ ମୁଁ ତହିଁ ? । ଘୋଷା ।
ସଂସାର ମୋହର ପ୍ରବାସର ଘର,
ତହିଁରେ ବିଦେଶୀ ପରି ମୁଁ ଅଟଇ
ସ୍ୱର୍ଗପୁରେ ମୋର ନିତ୍ୟସ୍ଥାୟୀ ଘର,
ସେ ତ ଈଶ୍ୱରଙ୍କ ନିର୍ମିତ ଅଟଇ ା ୧ ।
ପ୍ରବାସରେ ଥାଇ କେହି କେବେ କାହିଁ
ସଦା ସୁଖ ଭୋଗେ କାଳ କି କାଟଇ ?
ତେବେ କିପାଁ ମୋର ଏତେ ଚିନ୍ତା ଘୋର
ପରୀକ୍ଷା କାଳରେ ମନରେ ପଡ଼ଇ ? ା ୨ ।
କାହିଁ ପାଇଁ ଏତେ ଶୋଚନା ନିରତେ
କରି ଧ୍ୟାଉଅଛି ଦୁଃଖକୁ ମୁଁ ରହି ?
ଦେଲେ ହେଁ ବେଦନା ମୋ ମନେ ସେ ନାନା
ପଥକୁ ବଢ଼ାଇ ଆଉ କି ପାରଇ ? । ୩ ।
ସ୍ୱପ୍ନ ପରି ଶେଷ ହୋଇଯିବ କ୍ଳେଶ,
ପ୍ରବେଶ କରିବି ମୋ ଗୃହରେ ଯାଇ
ହେବି ଜ୍ଞାତ ତହିଁ ଅନୁଭବେ ମୁହିଁ,
ଦୁଃଖ ହେତୁ ସୁଖ କି ମିଷ୍ଟ ଅଟଇ ା ୪ ।
ମୁହିଁ ଏଥିପାଇଁ ପ୍ରବାସରେ ଥାଇ,
ଦୁଃଖରେ ଆନନ୍ଦ କରୁଥିବି ରହି
ନୁହେଁ ଦୂର ଅତି, ହେଲା ଆସି କତି,
ଗୃହର ଆଦର୍ଶ ଦୃଷ୍ଟି କି ଦିଶଇ ା ୫ ।