କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି,
ଅନ୍ତର ବେଦନା, ମନର ଭାବନା,
ହୃଦଫେଡ଼ି କାହା ଆଗେ ଜଣାଇବି ? । ଘୋଷା ।
କେ ନେବ ମୋ ଦୁଃଖ, ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,
ମୋ ଚିନ୍ତାର ଭାର ପାପ ଦୁରାଚାର ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?
ମୋ ମତି ଚଞ୍ଚଳ, ତଡ଼ିତୁଁ ଚପଳ, ଭ୍ରମୁଥାଏ ତ୍ରିକାଳ,
ମୋର ନାହ ିଁବଳ, ମୁଁ ଅତ ିବିକଳ, କାହାବଳେ ତାକୁ ସୁସିର୍ଥ କରବିି ? । ୨ ।
ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ କଳଙ୍କିତ,
ଏଥିରୁ ମାର୍ଜ୍ଜିତ, ହେବାକୁ ବିମୁକ୍ତ, କାହା ପୂଣ୍ୟବଳେ ଶରଣ ପଶିବି ?
ଭାବି ମୋ ଦୁର୍ଦ୍ଦଶା, ହୋଇ ନିର୍ଭରସା, ଖୋଜିଲି ସତ୍ୟ ଆଶ୍ରା,
ପାଇଲି ଯୀଶୁଙ୍କୁ, ପାପୀଙ୍କ ବନ୍ଧୁଙ୍କୁ, ଜାଣିଲି ମୁଁ ତାଙ୍କ ମରଣେ ବଞ୍ôଚବି । ୩ ।
ହେ ଯୀଶୁ ଈଶ୍ୱର, ଦୟାର ସାଗର, କେଡ଼େ ପ୍ରେମ ତୁମ୍ଭର !
ମୋ ପାପ କାରଣ ଦେଲ ନିଜ ପ୍ରାଣ, ଏ ଅଦ୍ଭୁତ ପ୍ରେମ କାହୁଁ ମୁଁ ପାଇବି ?
ମୋର ଦେହ ପ୍ରାଣ, ବୁଦ୍ଧି ଆତ୍ମା ମନ, କଲି ପାଦେ ଅର୍ପଣ,
ତୁମ୍ଭ ପୁଣ୍ୟବଳେ ନଷ୍ଟ ନୋହି କେବେ, ଶେଷ ମହାଦିନେ ଗୌରବେ ଉଠିବି । ୪ ।