biswa taapito poraano taarone traano bhaanu

ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି,

ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା ।

ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ,

ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ,

ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । 

 

ଉପହାରକର ପଣ୍ଡିତ ନିକର,

ଶିଶୁ ଯୀଶୁ ପଦେ କରି ନମସ୍କାର,

ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ

ମୋକ୍ଷ କରତାକୁ ପାଇଲେଣି । ୨ । 

 

ଭବଭୟହାରୀ ତେଜି ସ୍ୱର୍ଗପୁରୀ,

ନର ଦେହେ ଆଜି ବିଜେ ବସୁନ୍ଧରୀ,

ନାହିଁ ପାପ ଭୟ ଗାଅ ସର୍ବେ ଜୟ

ପାପ ଅମାନିଶି ପାହିଲାଣି । ୩ ।

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *