ଜାଗି ଉଠ ଅବିଳମ୍ବେ ସକଳ ଜନତା
ହେଳା କର ନାହିଁ ଆଉ ଆଗମନ କଥା
ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =0=

ଉତ୍ତମ ବୀହନ ଯେତେ ଫଳିଛି ଏହି ଜଗତେ
ଅମାରରେ ସଂଗ୍ରହ କରିବେ
ଯଦିବା ଫଳିଛି ସତେ ବାଳୁଙ୍ଗା ବୀହନ କେତେ
ସେ ସବୁକୁ ଅଲଗା ରଖିବେ
ସଞ୍ଚିତ ରଖିଛି ଯିଏ ଯୀଶୁଙ୍କ ବାରତା
ପାଇବ ଶେଷରେ ସିଏ ଫଳ ପ୍ରଚୁରତା
ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =1=

ଫଳିଅଛି ଯେଉଁ ଜନ ତିରିଶି ରୁ ଶହେ ଗୁଣ
କରିବେ ସେ ତାହାଙ୍କ ସନ୍ତାନ
ଯାହାର ଆତ୍ମା ଜୀବନ ହୋଇ ନାହିଁ ଫଳବାନ
ଖ୍ୟାତ ସେ ପାପାତ୍ମାର ସନ୍ତାନ
ଯାହାଙ୍କ ହୃଦୟେ ନାହିଁ ଦୋଷ ଦୁର୍ବଳତା
ଛୁଇଁବନି କେବେ ତାଙ୍କୁ ନରକର ବ୍ୟଥା
ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =2=

ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *