ଜାଗି ଉଠ ମଙ୍ଗଳ ଗୀତ ଗାଇ ସ୍ତୁତି କରି ପ୍ରଭୁଙ୍କ ମହିମା ପାଇଁ
ପ୍ରୀତିର ସୁରଭି ଢାଳି ଜାଳି ଅନ୍ଧାରେ ଆଲୋକ ଜାଳି ଜାଳି
ଅନୁସରି ଯାଅ ମୁକତିର ମଶାଲ ଧରି କେହି ନାହିଁ ତାଙ୍କ ପରି
ନେବେ ଶୋକ ପାପ ହରି….(ଘୋଷା)

ନୂତନ ଜୀବନ କୋମଳ ପରାଣେ ଆନନ୍ଦରେ ଉଠୁ ମାତି
ତାଙ୍କରି ପ୍ରେମର ମଧୁର ଗୀତିରେ ଲଭି ନୂଆ ଅନୁଭୂତି
ପ୍ରୀତି ଭରା ଅନୁରାଗ ଯୀଶୁ ନାମ ଗାଇ ନିତି
ଜାଗି ଉଠ ମଙ୍ଗଳ…. |୧|

ତାଙ୍କରି ଦିନରେ ଧରଣୀ ବୁକୁରେ ଆସିବେ ପ୍ରଭୁ ଅବତରି
ନିରାଶ ଅନ୍ତରେ ଝରିଯିବ ତାଙ୍କ କରୁଣାର କୃପା ବାରି
ଆଶା ଭରା ଆକାଶରେ ସବିତା ଉଇଁବ ନିତି
ଜାଗି ଉଠ ମଙ୍ଗଳ….|୨|

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *