ବାଇମନ ଦିନେ ହେଲେ ସମୟ ଦିଆ
ଯୀଶୁ ନାମକୁ ଭୁଲି ଯାଉଛୁ
ନିଜକୁ ଜ୍ଞାନୀ ବୋଲାଉ ଅଛୁ।
ତୋତେ ଲାଗିଛିରେ ମାୟା ମୋହ (ଘୋଷା)
ଗଲାଦିନ ଆଉ ଫେରିବ ନାହିଁରେ
ପାପ କରିଅଛୁ ଯେତେ
ମୋ ପାପକୁ କେହି ଦେଖୁ ନାହିଁ ବୋଲି
ଘୋଡ଼ାଇ ହେଉଛୁ କେତେ
ଛାଡ଼ିଦେ ଛାଡ଼ିଦେ ଅହଂକାର ଯୀଶୁଙ୍କଠାରେ ବିଶ୍ବାସ କର
ତାଙ୍କ ବିନା ବଞ୍ଚିବୁ କି କହ ? || ୧ ||
ହେବୁ ଯଦି ତୁହି ତାହାଙ୍କ ଦାସ ରେ
ଯୀଶୁରେ ବିଶ୍ବାସ ରଖ
ବିପଦ ଆପଦେ ରୋଗ ଦୁଃଖ ଶୋକେ
ରଖିବେ ସେ ତୋର ଟେକ
ହୁଅ ତାହାଙ୍କର ଅନୁଗାମୀ ସେ ତ ଆମ ଜୀବନର ସ୍ବାମୀ
ତାଙ୍କୁ ହୃଦୟରେ ସ୍ଥାନ ଦିଆ || ୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.
One thought on “baimana dine hele samaya diya”
I like this song