ମହିମା ସଦା ପ୍ରଭୁଙ୍କର…ସଂଭ୍ରମ ସଦା ପ୍ରଭୁଙ୍କର
ଧନ୍ୟବାଦ ଗଉରବ ଯୁଗେ ଯୁଗେ ତାହାଙ୍କର
ହାଲୁୟା..ହାଲିଲୁୟା..ହାଲିଲୁୟା.. (ଘୋଷା)
ତାହାଙ୍କ ଉଦ୍ଦେଶେ ଗାନ କର, ତାହାଙ୍କ ପ୍ରଶଂସା ଗାନକର
ପରାକ୍ରମ, ଧନ, ଜ୍ଞାନ, ଯୁଗେ ଯୁଗେ ତାହାଙ୍କର || ୧ ||
ଜଗନ୍ତିବାସୀ ଉଠାଅ ସ୍ଵର, ସର୍ବେ ଦେଇ ଉଚ୍ଚ କରତାଳ
ମଙ୍ଗଳମୟ କରୁଣାମୟ ସେ ନାମେ ଉଲ୍ଲାସ କର || ୨ ||
ଅନନ୍ତ ସ୍ଥାୟୀ ଧର୍ମ ତାଙ୍କର ବିଧି ସକଳ ତାଙ୍କ ଅଟଳ
ତାହାଙ୍କ ନାମ ଆଦରଣୀୟ ସେ ନାମେ ପ୍ରଶଂସା କର || ୩ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.