ଆମେ ରକ୍ତେ କ୍ରୀତ, ତାଙ୍କ ରକ୍ତେ ଧୌତ
ଯୀଶୁଙ୍କ ଅମୁଲ୍ୟ ରକ୍ତରେ,
ଆମେ ସବୁ ଏକ ସାଧୁଙ୍କ ସହିତ
ଯୀଶୁଙ୍କ ଅମୀୟ ପ୍ରେମରେ,
ଆମେ ସବୁ ମେଷ ଗୋଟିଏ ପଲର
ଏକ ହିଁ ବିଶ୍ବାସ, ଏକ ପରିବାର
ଯୀଶୁ ହିଁ ପାଳକ ଆମର
ହାଲୁଲୁୟା … ହାଲିଲୁୟା … ହାଲୁୟା … ହାଲିଲୁୟା
ଯୀଶୁ ହିଁ ପାଳକ ଆମର … ୨ଥର (ଘୋଷା)
ଏକ ଶରୀରେ ଆମେ ସଂଯୁକ୍ତ
ଖ୍ରୀଷ୍ଟ ପ୍ରଭୁ ଆମ ମସ୍ତକ,
ସ୍ଵର୍ଗ ଆମ ଚିର ଦିବ୍ୟ ଧାମ … (୨ ଥର)
ଆମେରେ ସଭିଏଁ ମନୋନୀତ
ଆମେ ନିମନ୍ତ୍ରିତ
… ଆମେ ସବୁ ମେଷ … |୧|
ଧାମିକତା ଆମ ବସନ
ସତ୍ୟ ଆମ କଟି ବନ୍ଧନ
ଭାତୃପ୍ରେମ ଅଟେ ଚିହ୍ନ ଆମ
ସେବାହିଁ ଜୀବନେ ମୁଁ ମହତ
ସେବା ଆମ ବ୍ରତ … ଆମେ ସବୁ ମେଷ…. |୨|
କନ୍ୟାରୂପେ ଆମେ ଆହୁତ
ଆତ୍ମ ଗୁଣେ ହୁଅ ଶୋଭିତ
ଶୁଭେ ତାଙ୍କ ଗୀତି ଆଗମନ
ହୁଅହେ ସକଳେ ଫୁଲକିତ
ହୁଅ ହେ ପ୍ରସ୍ତୁତ…. ଆମେ ସବୁ ମେଷ … |୩|
Very nice
Thank you so much
God bless you & your team.
Thank you too. God bless you and your family
Thank you so much
God bless you your team