ହେ ସଦାପ୍ରଭୁ ସଦାପ୍ରଭୁ
କିଏ ପ୍ରବାସ କରିବ ତୁମ୍ଭ ଆବାସରେ
ବାସ କରିବ କିଏ ପୁଣ୍ୟ ପର୍ବତରେ … (ଘୋଷା)

ଅନ୍ତରରୁ ଯିଏ ସଦା ସତ୍ୟ କହେ
ଧର୍ମ କର୍ମ କରି ସଦାଚାରୀ ହୁଏ ।
ପର ନିନ୍ଦା ଯା’ର ମୁଖରେ ନଥାଏ
ବଂଧୁର ଅନିଷ୍ଟ କେବେହେଁ ନକରେ
ସେ ଧନ୍ୟ ହେବ … ଧନ୍ୟ ହେବ
ସିଏ ପ୍ରବାସ କରିବ ତୁମ୍ଭ ଆବାସରେ … |୧|

ଅଧର୍ମ ଘୃଣିତ ଯାହାର ଦୃଷ୍ଟିରେ
ଧାର୍ମିକକୁ ଯିଏ ସମାଦର କରେ …
କ୍ଷତି ହେଲେ ମଧ୍ୟ ଶପଥ ଯେ ରଖେ
ଆପଣା ପ୍ରତିଜ୍ଞା ଅନ୍ୟଥା ନକରେ
ସେ ଧନ୍ୟ ହେବ ସେ ଧନ୍ୟ ହେବ
ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ .. |୨|

ସୁଧ ଲୋଭେ ଯିଏ ଋଣ ଦିଏ ନାହିଁ
ମିଥ୍ୟ ସାକ୍ଷ୍ୟ ପାଇଁ ଲାଞ୍ଚ ନିଏ ନାହିଁ
ଯେଉଁ ଜନ ଏହି ସତ୍କର୍ମ କରଇ
ଅଟଳ ରହିବ ଚିରକାଳ ପାଇଁ
ସେ ଧନ୍ୟ ହେବ…ସେ ଧନ୍ୟ ହେବ
ବାସ କରିବ ସେ ତୁମ୍ବ ପୁଣ୍ୟ ପର୍ବତରେ … |୩|

ସୂଚୀମାଳାକୁ ଫେରନ୍ତୁ

3 Responses

    1. https://www.youtube.com/channel/UChFANPrSyJmzWsm_l3dOcxA
      ଦୟାକରି ଉପରେ ଦିଆଯାଇଥିବା YouTube ଚାଁନେଲ subscribe କରି ପୁରୁଣା ଗୀତ ମାନ ଶୁଣନ୍ତୁ | ଆପଣ ଚାହୁଁ ଥିବା ଗୀତ ଯଦି ନାହିଁ ଆମେ ଶୀଘ୍ର upload କରିବାକୁ ଚେଷ୍ଟା କରୁଛୁ | ଧନ୍ୟବାଦ , share ଏଣ୍ଡ ସପୋର୍ଟ

Leave a Reply

Your email address will not be published. Required fields are marked *