ପ୍ରଭୁ ଯୀଶୁ ତୁମେ ମୋତେ
କେତେ ଯେ ଭଲ ପାଇଲ
ମୋ ପାପର ପଦାଘାତ
ସବୁ ମୋ ଲାଗି ସହିଲ… (ଘୋଷା)

ପାପ ରୋଗେ ଭୋଗୀ ମୃତ ପ୍ରାୟ ହେଲି
ମୁକତି ଆଶା ତେଜିଲି
ଆଶାହୀନ ହୋଇଥିଲି ଯେବେ ମୁହଁ
ମୋ କଥା ଭାବିଲ ସରଗୁ ଅବତରିଲ… I୧I

ମୋ ପାପର ଫଳ ନିରିକ କଷଣ
ଥିଲା ବିଚାର ଲିଖନ
ମୋତେ କ୍ଷମା ଦେଲ ମୋ ପାପ ବହିଲ
କୁଶରେ ମରିଲ ମୋତେ ବଂଚାଇଲ… |୨|

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *