koro dhanyobado hrusto chitore
କର ଧନ୍ୟବାଦ ହୃଷ୍ଟ ଚିତ୍ତରେ, ମହାମଙ୍ଗଳଦାତା ଉଦ୍ଦେଶ୍ୟରେ, ନ ମରି ବିବଧି ରୋଗ ସଙ୍କଟରେ, ନୂଆ ବର୍ଷ ଦେଖିଲୁ ଆଉଥରେ । ଘୋଷା । ବନ୍ଧ୍ୟା ଆଉ ଶୁଷ୍କ ବୃକ୍ଷ ପରିରେ ଅବା ହେଲେ ମହାଭାର ଭୂମିରେ, ଫଳହୀନେ ବାରମାସ ବହିଗଲେ, ନୂଆବର୍ଷ ଦେଖିଲୁ ଆଉଥରେ । ୧ । ନ୍ୟାୟ ରୂପ ଖଡ୍ଗ ଯେଉଁ କାଳରେ, ହାଣିବାକୁ ଅଫଳା ବୃକ୍ଷ ମୂଳେ, ଉଞ୍ଚାଇଲେ ମଧ୍ୟ ନ ହୋଇଣ ହଣା, ନୂଆବର୍ଷ ଦେଖିଲୁ ଆଉଥରେ । […]
gaayono koro hai hoi horosha
ଗାୟନ କର ହେ ହୋଇ ହରଷ, କି କୁଶଳେ ହେଲା ନୂତନ ବରଷ ପ୍ରବେଶ ! । ଘୋଷା । କଲେ ପ୍ରଭୁ ସୁରକ୍ଷଣ ଦେଇ ମଙ୍ଗଳଦାନ, ବଞ୍ଚାଇଲେ ଗତ ବର୍ଷ କରି କୃପା ଅଶେଷ । ୧ । ଏବନ-ଏଜର ନାମେ ସ୍ମରଣାର୍ଥ ପାଷାଣ ଆସ ସ୍ଥାପି ଭ୍ରାତୃଗଣ ହୋଇ ଅତି ଉଲ୍ଲାସ । ୨ । କାରଣ ପରମେଶ୍ୱର ଦେଇ ମଙ୍ଗଳ ବର ଏ ସରିକି ଉପକାର କରିଛନ୍ତି ଅଶେଷ । […]
bolo dhanyo bolo dhanyo
ବୋଲ ଧନ୍ୟ, ବୋଲ ଧନ୍ୟ ଯିହୋବାଙ୍କ ନାମ, ସେ ମହତ୍ ନାମ, ବଞ୍ଚାଇଣ ଦେଖାଇଲେ ବରଷ ନୂତନ । ଘୋଷା । ଗତ ସନେ ବହୁଜନ ପାପରେ ତେଜି ଜୀବନ ନରକେ କଲେ ଗମନ, ମୋ ପ୍ରତି କି ପ୍ରେମ ! । ୧ । ଅନେକେ ରୋଗ ଶୋକରେ ଅନ୍ନ ବସ୍ତ୍ର ଅଭାବରେ ପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ । ୨ । ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ, ସେ […]