range uthile divya saraga tanu

ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ । ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ, ଯୀଶୁ ନାମ ନେଲେ, ମର୍ତ୍ତ୍ୟେ ଅବତରିଲେ, କ୍ରୁଶେ ପ୍ରାଣ ସେ ଦେଲେ, ମୃତ୍ୟୁ ବଳ ଭାଙ୍ଗିଲେ, ଶୟତାନ ବଳ ଗର୍ବ ଖର୍ବ କରିଲେ, ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ । ଦମ୍ଭେ ଉଠିଲେ, ମାୟା ବିଜୟୀ ବୀର ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନ, ପିତା […]

marana bijayi marana bijayi

ମରଣ ବିଜୟୀ ମରଣ ବିଜୟୀ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ            । ଘୋଷା । ଯୀଶୁ ରାଜା ଆମର ସର୍ବ ବଳେ ବଳୀୟାର ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼  ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ  ମରଣ ବିଜୟୀ । ୧ । ଉଡ଼େ ଜୟ ପତାକା ବାଜି ଉଠେ ମଧୁ ଗୀତିକା ପୁଲକିତ ହୁଏ ଚିତ୍ତ ଫୁଟି ଉଠେ କଳିକା […]

gao jagajanne anandita mane

ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା । ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି ପାପୀର ସ୍ୱପନ ଗଲାଣିତ ଭାଜି ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି ଉଠିଲେଣି ନବ ଜୀବନେ        । ୧ । କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ ଉଠିଲେଣି ସେହି କବର ଫିଟାଇ ପାପୀ ଉଦ୍ଧାର କାରଣେ         […]

nuhoyee muhin niraasho kole dhuli

(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ, ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା । ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ । ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ, ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ । ଅବା ଅପମାନରେ ଶୋଇଥିଲେ କବରେ ଉଠିବି ମୁଁ ଗୌରବରେ, ଘୁଞ୍ôଚବ […]

mono ki pain muhin doribi hebaaku paari jardono nayee

ମନ କିପାଇଁ ମୁହିଁ ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା ।    କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର, ଅନେକ ଆପଦ ଭୟ ସଙ୍କଟ କରିଛି ଜୟ, ଏବେ କି ହଟିବି ପଛେ କାତର ହୋଇ ? । ୧ ।    କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ ! ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ, […]