aso sarbe biswajana toli jaya
ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ । ଆସି ଧରା ପାପମୟ ତ୍ୟଜି ଗୌରବ ସ୍ୱର୍ଗୀୟ କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ । ସୁପଣ୍ଡିତ ତିନି ଜଣ କରି ମାନ ବିସର୍ଜନ ହୋଇଣ ନତ ଆନନ ପାଆନ୍ତି ଦରଶନ […]