niramala niramala niramala debataa

ନିରମଳ ନିରମଳ ନିରମଳ ଦେବତା  ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା  ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ । ପ୍ରେମମୟ ଅବତାର ଅଦ୍ୱିତୀୟ କୁମର କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ । କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ, ପତିତ ଜନ ବାନ୍ଧବ, ପାପହରତା            । ୩ । ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା, ଅନୁପମ ବରଦାତା ନୀତି ବିଧାତା           । ୪ ।  […]

ki osimo ote prabhu, tobo poraakrama hai

( ସ୍ୱର : ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ ) କି ଅସୀମ ଅଟେ ପ୍ରଭୁ ତବ ପରାକ୍ରମ ହେ ! । ଘୋଷା । ନ ଥିଲା ଏହି ଜଗତ ଯେଉଁ କାଳେ ଆବର କିଛି ହିଁ ଦୃଶ୍ୟ ଯେ ନୋହିଲେ, ହେଉ ବୋଲି ସବୁ ବୋଲନ୍ତ ସେକାଳେ ହେଲେ ଆଜ୍ଞାମାତ୍ରେ ଜନ୍ମ ହେ । ୧ । ପକାଇଲେ ଦୃଷ୍ଟି ତବ ସୃଷ୍ଟି ପ୍ରତି ଦିଶନ୍ତି ସକଳ ଆଶ୍ଚର୍ଯ୍ୟ କେମନ୍ତି !  ବୋଲନ୍ତି ସୁସ୍ପଷ୍ଟ ସ୍ୱରରେ […]