ahe dukha hari diya anande bhari

ଆହେ ଦୁଃଖହାରୀ ଦିଅ ଆନନ୍ଦେ ଭରି  ଗାୟନେ ନାମ ତୁମରି ଅନ୍ତର ମୋର ହେଉ ମଧୁର । ୦ ।     ମୋର ହୃଦ ତୁମ ସିଂହାସନ, ତୁମେ ମୋର ଚିତ୍ତ ବିନୋଦନ, କରେ ନିତ୍ୟ ତୁମ ସ୍ତୁତିଗାନ, ଯାତ୍ରା ପଥ ଯେ ଅଟେ ବନ୍ଧୁର । ୧ ।    ତ୍ରାଣନାଥ ତୁମେ ମୋ ଜୀବନ, କର ହୃଦ ପ୍ରେମ ନିକେତନ, ବାଧ୍ୟତା ହେଉ ମୋର ଭୂଷଣ, ଥାଏ ତୁମଠାରେ ନିରନ୍ତର । ୨ […]