ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, aaso aaso bandhu aaso he aanande

ଆସ ଆସ ବନ୍ଧୁ, ଆସ ହେ ଆନନ୍ଦେ, ଆସ ଆଜି ଏକ ହୋଇବା, ଜଗଜ୍ୟୋତିଃ-ପତି ପତିତପାବନେ, ଆସ ଆଜି ପୂଜା କରିବା । ଘୋଷା ।  ମାନ ଅଭିମାନ ଭୁଲି ବହନ ଆସ ହେ ସରବେ ପ୍ରୀତି ଭରେ, ପ୍ରେମ ଫୁଲ ତୋଳି ଭରିଣ ଅଞ୍ଜଳି ନିବେଦିବା  ପ୍ରେମମୟଙ୍କର ସୁନ୍ଦର ଶରୀରେ ପ୍ରେମ-ଫୁଲହାର ଛନ୍ଦିବା । ୧ । ସୁଭକତି-ପ୍ରେମ-ଫୁଲ-ଚନ୍ଦନ ଆଣ ପ୍ରତି ହୃଦ-ଚାଙ୍ଗୁଡ଼ିରେ, ମନର ଆନନ୍ଦେ, ସେ ଯୁଗଳ ପଦେ ସଜାଇବା, ଶକ୍ତିମୟଙ୍କର ଶକତି କଣିକା, […]