bhanga hruda tucha kari na paranti

ଭଙ୍ଗା ହୃଦ ତୁଚ୍ଛ କରି ନ ପାରନ୍ତି ଅଟେ ତାଙ୍କ ଗ୍ରାହ୍ୟ ବଳି ନେତ୍ର ଜଳେ ଭାସି ଡାକରେ ପାତକି (ତାଙ୍କ) ସିଂହାସନ ଯିବ ଟଳି  । ୦ ।   ଯଦି ଅନ୍ଧକାର ହୁଏ ଗାଢ଼ତର ପଥ ଯାଉ ତୁହି ଭୁଲି  ଆକୁଳ ଅନ୍ତରେ ଡାକଟାଏ ଦେଲେ ଦୁଇ ହାତେ ନେବେ ତୋଳି  । ୧ । ସର୍ବଗ୍ରାସୀ ଢେଉ ଗ୍ରାସ କରିବାକୁ ଆସେ ଯେବେ ତୋର ତରୀ ଆକୁଳ ଅନ୍ତରେ ଡାକଟାଏ ଦେଲେ  ଢେଉ […]