ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, nahi nahi nahi anyo goti
ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା । ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି, ତାଙ୍କ ପ୍ରେମରେ ଡୁବ ଦିବାରାତି । ୧ । ଯେ ଯୀଶୁ ପ୍ରାଣପତି ଦିଅନ୍ତି ଶାନ୍ତି, ତାଙ୍କୁ ସମର୍ପି ଦେହ ପ୍ରାଣ ଶକ୍ତି । ୨ । ତାଙ୍କ ବିନା ଅସାର ଧନ ସଂସାର, ତାଙ୍କ ବିହୁନେ ନାହିଁ ଆତ୍ମା ତୃପ୍ତି । ୩ । ଆହ […]
ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, dukho naasono hai sukho diyo moro mone
(ସ୍ୱର : ମନ ହେଜିଲେ ପ୍ରଭୁ କୃପା) ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ । ଘୋଷା । ଦୁଃଖର ସଂସାରେ ମାନବ ଶରୀରେ ସଙ୍ଗେ ସଙ୍ଗେ ଛାୟା ସମ ଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ । ୧ । ମହୀପରେ ମୁହିଁ ସହି ନ ପାରଇ ଶରୀର ଯାତନାମାନ ମୁହିଁ ନିରାଶ୍ରୟ, ହୁଅ ମୋ ସହାୟ, ଆହେ ଆରତ-ଭଞ୍ଜନ । […]
ବହିଲା ପ୍ରଚଣ୍ଡ ବେଗେ ପବନ, bohilaa prochondo bege pobono
ବହିଲା ପ୍ରଚଣ୍ଡ ବେଗେ ପବନ, ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ ଗଭୀର ସାଗର ଢେଉ କଲ୍ଲୋଳ, ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ, ନାବକୁ କଲା ଅତି ଟଳମଳ । ୧ । ଦେଖିଣ ପ୍ରଚଣ୍ଡ ପବନ ରୀତି, କି ଉଦ୍ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ, ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ, ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ । ମାତ୍ର ଜଣେ ସେହି ନାବରେ […]
ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ jishu kara traahi bhaasi goli bhobarnobe kulo n disoyee
ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ । ଘୋଷା । ଆସଇ ଘୋର ତୋଫାନ ବେଗାନ୍ୱିତ ହୋଇ, ଢେଉ ପରେ ଢେଉ ଯାଏ ମଥା ପରେ ଦେଇ ହେ । ୧ । ଶୟତାନ ମାୟାଜାଲ ପାତି ବସିଥାଇ, ସାଂସାରିକ ଲୋଭ-ଥୋପେ ବଡ଼ଶୀ ପକାଇ ହେ । ୨ । ଦୁଃଖେ ପଡ଼ି ଡାକି ସଦା ଯୀଶୁ ତ୍ରାହି ତ୍ରାହି, ତୁମ୍ଭ ବିନା ଅନ୍ୟ ଗତି ଏ ଜଗତେ ନାହିଁ […]
ଯୀଶୁ ଖ୍ରୀଷ୍ଟ ନାମ ତରୀ jishu khristo naamo tori
ଯୀଶୁ ଖ୍ରୀଷ୍ଟ ନାମ ତରୀ ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା । ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ ମନେ ବ୍ୟାକୁଳ, ଯୀଶୁ ଦୟାମୟ ଅଟନ୍ତି ସହାୟ, ଧରନ୍ତି ହସ୍ତ ବିସ୍ତାରି । ୧ । ତାହାଙ୍କ ନିକଟରେ ଯିବାର ନିମନ୍ତେ ନାହିଁଟି ସଙ୍କଟ ଭୟ, ବିନା ମୂଲ୍ୟେ ତରୀ କରୁଛନ୍ତି ପାରି, ବସିଥାଇ ଭବ ଘାଟେ ହେ । ୨ । ଏହି ମାତ୍ରକ […]
ମୋର ନାହିଁ ବଳ ହେ moro naahin bolo hai pari hebaaku
ମୋର ନାହିଁ ବଳ ହେ ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା । କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି ଗୋଟିଏ ହେଁ ନିଶ୍ଚିଦ୍ର ନ ହୋଇଲା, ଜଳ ତହିଁ ପଶିଲା, ଭାଇ ସକଳ ବୁଡ଼ିଗଲା । ୧ । ଦୃଢ଼ ଭକ୍ତି-ଡଙ୍ଗା ବାନ୍ଧି ତହିଁ ଆରୋହିଲି, ଭାଙ୍ଗିଦେଲା କଲ୍ଲୋଳ, ମୋ ଆସନ ହୋଇଲା ଟଳମଳ, ଭାଇ ଜଳେ ପୁଣି ପଡ଼ିଲି । ୨ । ଧନ ମାନ ଯଶ […]
ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି traano tori hai bhobo samudre aasicha dine
ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି । ଘୋଷା । ପ୍ରଭୁ, ନ ଦିଶଇ ସ୍ଥଳ କୂଳ, ବହୁ ପ୍ରାଣ ହୋନ୍ତି ଛାରଖାର ତୁମ୍ଭେ ଅଟ ହେ ଦୀନ-ଦୟାଳୁ, ଘାଟ ବସାଇ ବସିଛ ମହା କୃପା କରି । ୧ । ନାବ ନ ଚିହ୍ନ ଅବିଜ୍ଞଗଣ ଧ ନ ଦେଇ ଦଦରା ନାବେଣ ପାରି ହେବେ ବୋଲି କରି ପଣ ଯାଉଁ ଯାଉଁ ମଝି ସମୁଦ୍ରରେ ବୁଡ଼ି ମରି । ୨ […]
ହେ ତ୍ରାଣକାରୀ, ଭବାବ୍ଧି ତରୀ, he traanokari bhobadwi tori
ହେ ତ୍ରାଣକାରୀ, ଭବାବ୍ଧି ତରୀ, ଯୀଶୁ କର ପାରି । ଘୋଷା । ଦାରୁଣ ଭବାବ୍ଧି ମଧ୍ୟରେ ପଡ଼ିଛି, ମୋହ-ମାୟା ପଙ୍କେ ବୁଡ଼ି ଯାଉଅଛି, ଜଞ୍ଜାଳର ଜାଲ ମୋତେ ଭିଡୁଅଛି, କାଳ କୁମ୍ଭୀର ଓଟାରି । ୧ । ନିବିଡ଼ ଅନ୍ଧାର ଘୋଟି ଆସୁଅଛି, ପ୍ରଚଣ୍ଡ ପବନ ଖରେ ବହୁଅଛି, ପ୍ରବଳ ତରଙ୍ଗ ମୁଣ୍ଡରେ ଭାଙ୍ଗୁଛି, ପ୍ରାଣ ହେଉଅଛି ଭାରୀ । ୨ । ଏ ଦୁଃଖ କଷଣ ହେବାରୁ କଠିନ ହେଉଅଛି ହତ ବୁଦ୍ଧି […]
ତ୍ରାଣକାରୀ, ପାପ-ସାଗରୁ କର ହେ ପାରି, traanokari paapo saagoru koro hai paari
ତ୍ରାଣକାରୀ, ପାପ-ସାଗରୁ କର ହେ ପାରି, ଉଠୁଛି, ଲହରୀ, ଯୀଶୁ ଦୟା କରି ନିଜ ହସ୍ତେ ମୋତେ ନିଅ ଧରି । ଘୋଷା । ତ୍ରାଣର ନଉକା ହୋଇ ଆସିଅଛ, ପାପୀଙ୍କି କରିବ ପାରି ତୁମ୍ଭେ ଦୟା ବହି ନିଅ ହେ ଉଦ୍ଧରି ପାପ ଢେଉ ନିବାରଣ କରି । ୧ । ଅପାର କଷଣ ସହିଲ ଦୂଷଣ ହେବାକୁ ପାପୀଙ୍କ ତରୀ, ତୁମେ ସିନା ପ୍ରଭୁ ତାରିବାକୁ ପାର, ଆଉ ବଳ ତ ନାହିଁ କାହାରି […]
ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, duro duro hai moro aabiswaaso sotworo
ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର, ତ୍ରାଣର ଆଶା ମୋର ଗୁନ୍ଥା ଖ୍ରୀଷ୍ଟ ଉପର । ଘୋଷା । ଏହା ସତ୍ୟ ଅଟଇ ମହା ପାପିଷ୍ଠ ମୁହିଁ ନାହିଁ ମୋ ପୁଣ୍ୟ ଲେସ ମାତ୍ରହିଁ, ମାତ୍ର ସମ୍ପୂର୍ଣ୍ଣ ପୂଣ୍ୟ ହୋଇଛି ଖ୍ରୀଷ୍ଟେ ପୂର୍ଣ୍ଣ, ଜାଣେ ମୁହିଁ ତାହାଙ୍କ ପୂଣ୍ୟ ତ୍ରାଣଦାୟକ, ସେ ପୂଣ୍ୟ ଅଟେ ମୋର ତ୍ରାଣ ପାଇଁ ପ୍ରଚୁର । ୧ । ଅଛି ନିଶ୍ଚୟ ମୋର ତ୍ରୁଟି ନାନା ପ୍ରକାର, ଧ ର୍ମକର୍ମେ […]