chahan chahan bare ahe patoki nare
ଚାହଁ ଚାହଁ ବାରେ ଆହେ ପାତକୀ ନରେ ତୁମରି ମୁକତି ପାଇଁ ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, ଅଭିଶାପାନଳ ତୋର ନିଅନ୍ତି ବକ୍ଷରେ । ୧ । ରକ୍ତିମ ଶୋଣିତ ସ୍ରୋତ ବହିଯାଏ ଅବିରତ, ହସ୍ତପଦ କଣ୍ଟାବିଦ୍ଧ ଭଗ୍ନ କଳେବରେ । ୨ । କଲେ ଦୁର୍ବୃତ୍ତ ଉପେକ୍ଷା “ନିଜେ ନ କଲ ସୁରକ୍ଷା” ଆହା କଲେ ପାପୀ ରକ୍ଷା କ୍ଷମା ନିୟତିରେ । ୩ । […]