aji khristiyo gruhore, khristo poribare

(ଆଜି) ଖ୍ରୀଷ୍ଟିୟ ଗୃହରେ, ଖ୍ରୀଷ୍ଟ ପରିବାରେଶୁଭୁ ଯୀଶୁଙ୍କର ଜୟଗୀତ । ଧୃବ । ବିଗତ ଦିନର ଶତ ମଳିନତାପାପ ପ୍ରତି ଆଶା, ହେ ପାପ ହରତାହରିନେଇ ସବୁ କର ହେ ଜୀବିତତୁମରି ଜୀବନେ ଯୀଶୁ ନାଥ |୧| ସାନ ମେଷପଲ ଆମ ପରିବାରହେ ମେଷ ପାଳକ, ରଖ କରି ସ୍ଥିରଶ୍ୟାମ ତୃଣମୟ ଚରାଣି ସ୍ଥାନରେରଖି ଆମକୁ ହେ ଅବିରତ ।୨। ଆସଇ ବିପଦ ଯେବେ ଘନ ହୋଇକଳା ମେଘ ଘୋଟି ଯାଏ ହୃଦ ଭୂଇଁଆମ ପରିବାର ରକ୍ଷା […]

(aaji) khristiya gruhare (ଆଜି) ଖ୍ରୀଷ୍ଟୀୟ ଗୃହରେ,

(ସ୍ୱର : ଆଜି ନଗରେ ନଗରେ ଗ୍ରାମରେ ଗ୍ରାମରେ) (ଆଜି) ଖ୍ରୀଷ୍ଟୀୟ ଗୃହରେ, ଖ୍ରୀଷ୍ଟ ପରିବାରେ ଶୁଭୁ ଯୀଶୁଙ୍କର ଜୟ ଗୀତ । ଧ୍ରୁବ ।  ବିଗତ ଦିନର ଶତ ମଳିନତା ପାପ ପ୍ରତି ଆଶା,      ହେ ପାପ ହରତା ହରି ନେଇ ସବୁ କର ହେ ଜୀବିତ ତୁମରି ଜୀବନେ ଯୀଶୁ ନାଥ । ୧ । ସାନ ମେଷପଲ ଆମ ପରିବାର, ହେ ମେଷପାଳକ, ରଖ କରି ସ୍ଥିର, ଶ୍ୟାମ ତୃଣମୟ ଚରାଣି ସ୍ଥାନରେ […]

ey groohe aasho he prabhu posi aaso

(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ । ଧ୍ରୁବ ।    ଅପ୍ରିୟ ତୁମର କିଛି ଯଦି ପରିବାରେ ଅଛି, କାଢ଼ି ଦିଅ ବନ୍ଧୁ ମୋର, ତୁମ ଶକ୍ତି ବଳରେ । ୧ । ଯଦି ଅସାର ଏ ଧରା କରିଥାଏ ପଥହରା, ଅବାଟ ବୋଟୋଇ ଆମେ ନିଅ ତୁମ ପଥରେ । ୨ । […]

aahe jishu aaso amo dino kutere hai

( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା ନିତି ଉଠୁ ପ୍ରାଣେ ହେ । ଧ୍ରୁବ । ଆମର ଘରର ପାପ ତମ ନାଶ ତୁମ ଆଲୋକରେ ହେ, ତୁମ ପ୍ରୀତି, ତୃପ୍ତି, ସୁଖ ଅସରନ୍ତି ଆମ ହୃଦେ ଭରି ଦିଅ ହେ । ୧ । ନବୀନ ପ୍ରେରଣା ନବ ଉଦ୍ଦୀପନା ତୁମ ଶକ୍ତି ବଳେ […]

aahe premomoyo ishwara tanaya

( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ । ତୁମ ଲାଗି ପ୍ରଭୁ ଆମରି ଏ ଘରେ ଧ ର୍ମବତୀ ଉଠୁ ଜ୍ୱଳି ହେ, ନିତି ଆରାଧନା ସେବା ଉପାସନା- ଧୂପେ ଏହି ଗୃହ ପୁରୁ ହେ       । ୧ । ଏ ଘର […]