aahe premomoyo ishwara tanaya

( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ ଉଠୁ ସାଜି ତୁମ ପ୍ରେମ ବାଣୀ ଭାଷ ହେ । ଧ୍ରୁବ । ତୁମ ଲାଗି ପ୍ରଭୁ ଆମରି ଏ ଘରେ ଧ ର୍ମବତୀ ଉଠୁ ଜ୍ୱଳି ହେ, ନିତି ଆରାଧନା ସେବା ଉପାସନା- ଧୂପେ ଏହି ଗୃହ ପୁରୁ ହେ       । ୧ । ଏ ଘର […]

gaayibaa jaya bharata maya

ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ, ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ; ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ ।  ବିମଳ ଶୋଣିତ            କରି ଦାନ ନାଥ ବଞ୍ଚାଇଛ ଏ ମାନବେ, ତୁମର ସେ ପ୍ରେମ ଦୟା ଅନୁପମ ଦେଖି ଚମତ୍କୃତ ସର୍ବେ । ଘୋଷା । ସୁଖର ସଦନ ତ୍ୟଜିଲ ହେ ହେଳେ ଅର୍ପିବାକୁ ପ୍ରାଣ ଶତ୍ରୁର ବଦଳେ, ଆସିଲ ମର୍ତ୍ତ୍ୟେ       ମର୍ତ୍ତ୍ୟ ଦେହ ଧରି ଆହେ ଚିତ୍ତହାରୀ ନୀରବେ ହେଲ ହେ […]

joyo joyo gaane gaao jishu naame

ଜୟ ଜୟ ଗାନେ     ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ ପାପୀର ପରମ      ସଖା ଅନୁପମ ତ୍ରିଭୁବନ ତଳେ କେହି ତ ନାହିଁ (ପ୍ରେମମୟ ଯୀଶୁ ସମ) । ଘୋଷା । ଜନମ ଉତ୍ସବେ ସଗର ବାହିନୀ ଆସିଲେ ଶାନ୍ତିର କାରଣ ନେଇ ଈଶ୍ୱର ମହିମା        ମାନବେ ମଙ୍ଗଳ ପୃଥିବୀରେ ଶାନ୍ତି ଗାଇଲେ ଭାଇ (ଯୀଶୁ ସୁଧାମୟ ନାମେ) । ୧ । ପୂଜାର ଅନ୍ତରେ ପ୍ରେମ ଭକ୍ତିଭରେ ପ୍ରୀତି-ଫୁଲ ଛନ୍ଦି ଚାରୁଚରଣେ […]

aaso he hrudaye jishu dhana

ଆସ ହେ ହୃଦୟେ ଯୀଶୁ-ଧନ ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ ଆକୁଳ ମିଳନ ତାନ । ଘୋଷା । ଏ ପାପ-ମରୁରେ ନିତି ଆକୁଳ ସରସ ଶିଶୁର ଚିତ୍ତ ରୁକ୍ଷ ମରୁ ବାଆ ଲୁଟି ନିଏ  ତାର ପ୍ରୀତି କୁସୁମ ବିତ୍ତ ମଧୁ ପ୍ରୀତି ଫୁଲେ ଭରିଦିଅ ସଖା ଶିଶୁର ରିକ୍ତ ମନ । ୧ ।    ଯୌବନ ଝଞ୍ଜାର ପ୍ରଳୟ ଭୀତି ତରୁଣ […]

muktidaataa jishu naamo jaao re bhaayi sehi naamo

ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ, ଯୀଶୁ ନାମ            ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା । ଶାନ୍ତିଧାମ ସୁଧା ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୧ । ଦିବ୍ୟ ନାମ            ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୨ ।    ଶ୍ରେଷ୍ଠ ନାମ ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ୩ ।  […]

jishu khristo naamo mana gaare sehi

ଯୀଶୁ ଖ୍ରୀଷ୍ଟ ନାମ ମନ ଗାଆରେ ସେହି ପାଦପଦ୍ମ ନିତି ଧ୍ୟାଆରେ । ଘୋଷା ।    ବିଶ୍ୱ ପ୍ରେମ ଧନ ସତ୍ୟ ଶାନ୍ତି ଧାମ ସେହି ଏକା ଏହି ବସୁଧାରେ, ପୂତ ଆତ୍ମାଦାତା      ପାପୀ ପରିତ୍ରାତା, ଚରଣକମଳୁ ମଧୁ ଖାଆରେ । ୧ । ସେ ପ୍ରେମ ନିର୍ଝର    ସର୍ବ ମୂଳାଧାର ମୁକତି କରତା ପରପାରେ ଧନ ମନ ଜୀବନ     ଆତ୍ମା ସମର୍ପଣ କରି ସେ ନାମ ସ୍ମରୁ ଥାଆରେ । ୨ । ସୂଚୀମାଳାକୁ […]

prabhu he tume moro poraano sokhaa

ପ୍ରଭୁ ହେ ତୁମେ ମୋର ପରାଣ ସଖା, ମନ ମନ୍ଦିରେ ଅଙ୍କା ସେହି ପ୍ରେମ ମୂରତି ପ୍ରୀତିରେଖା । ଘୋଷା । ଜନମେ ମରଣେ ମତି ପଙ୍କଜଚରଣେ ରହିଥାଉ, ଏହି ମୋ ଭିକ୍ଷା ପ୍ରଭୁ ହେ, ଦିବ୍ୟ ନୟନେ ମମ ନିତ୍ୟ ସେ ପ୍ରେମ ଧାମ ହୋଇ ଯାଉଥାଉ ନିତି ଲେଖା, ଏହି ମୋର ଅନ୍ତିମ ଭିକ୍ଷା ପ୍ରଭୁ ହେ ଜନମେ ମରଣେ ଦିଅ ଦେଖା । ୧ । ଅଘ ତାମସ ମୋର କରି ପ୍ରଭୁ […]

biswa taapito poraano taarone traano bhaanu

ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ ।    ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ କରତାକୁ ପାଇଲେଣି । ୨ ।  […]

aaso mo bhaayi bhouni, prachi dishe dekho

ଆସ ମୋ ଭଉଣୀ ଭାଇ, ପ୍ରାଚୀ ଦିଶେ ଦେଖ  ଚାହିଁ ନବ ରବି ଶୁଭେ ସମୁଦିତ, ପାପାନ୍ଧକାର ବିନାଶ ପାଇଁ ଭବେ ପରକାଶ ଗାଇବା ସେ ଜ୍ୟୋତିର ସ୍ୱାଗତ, ଦୁଇ ସହସ୍ର ବର୍ଷର   ସ୍ମୃତି ଜଗାଇ ଅନ୍ତର ପ୍ରେମୋଲ୍ଲାସେ ଭସାଏ ସଂସାର, ସ୍ୱର୍ଗରାଜ୍ୟ ସଂସ୍ଥାପିତ ହୋଇଥିଲା ଏହି ମର୍ତ୍ତ୍ୟ ଆଜି ସେହି ପବିତ୍ର ବାସର । ଥ ôଲେ ଯେ ଅଛନ୍ତି ଥିବେ ଏ ଭବେ ଆସ ମୋର ଭାଇ ଭଉଣୀ ସର୍ବେ, ଭେଟିବା ସେ ପୂତ […]

nishi ghunchi ghunchi jaauchi

ନିଶି ଘୁଞ୍ôଚ ଘୁଞ୍ôଚ ଯାଉଛି, ଉତ୍କଳ ଆକାଶେ ଖ୍ରୀଷ୍ଟ ଦିନମଣି ଗଉରବେ ଉଇଁ ଆସୁଛି । ଘୋଷା । ତୁଟି ତୁଟି ଯାଏ ଅନ୍ଧକାର ମୋହ,              ହସି ହସି ଉଠେ ପ୍ରକୃତି ନିବହ ନୂଆ ଜନମର ଜୀବନ ପ୍ରବାହ   ପ୍ରାଙ୍ଗଣେ ପ୍ରାଙ୍ଗଣେ ଖେଳୁଛି । ୧ । କ୍ରୁଶ କାଲଭେରୀ ମୁକୁଟ କଣ୍ଟାର,               ପକ୍ଷୀକଳତାନ ଭ୍ରମର ଝଙ୍କାର, ପ୍ରେମମୟଙ୍କର ଅନନ୍ତ ପ୍ରେମର ଗଉରବ ଗୀତି ଗାଉଛି । ୨ । କ୍ଷୁଦ୍ର ନାଜରିତ କଣ୍ଟା ମୁକୁଟିଆ   ବିଶ୍ୱର […]