mono ki pain muhin doribi hebaaku paari jardono nayee

ମନ କିପାଇଁ ମୁହିଁ ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା ।    କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର, ଅନେକ ଆପଦ ଭୟ ସଙ୍କଟ କରିଛି ଜୟ, ଏବେ କି ହଟିବି ପଛେ କାତର ହୋଇ ? । ୧ ।    କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ ! ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ, […]

dhanya dhanya khristiano dhanya swargo sodone

ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ, ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା ।    ଯେକାଳେ ଏ ଜଗତ    ସୁତ ଦାରାଦି ବିତ୍ତ ଅବା ନିଜ କଳେବର ତେଜ ବିନା ଶୋଚନେ । ୧ । ପାପୀ ହୋଇ କାତର, କି ଗତି ହେବ ମୋର ? ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ । ମାତ୍ର ତୁମ୍ଭେ ସେକାଳେ           ଭାସ ଶାନ୍ତି-କଲ୍ଲୋଳେ ଆଗତ ଭରସା […]

dino more jaauchi kede bohone

ଦିନ ମୋର ଯାଉଛି କେଡ଼େ ବହନେ ! ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା ।    ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ  ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ । ଆସୁଛି ଏକ ସମୟ ଶୋଇବି ମୁଁ କବରେ, ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨ । ଆସୁଛି ଏକ ସମୟ ଦେବାକୁ ମୋ ନିକାଶ, ଠିଆ ହେବି […]

aaso re khristiyo senaa aaso aaji

ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ, ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ, ଆଲୋକ ତହିଁ ପ୍ରକାଶ । ଘୋଷା । କୁହ କୁହ ହେ ଯାଇ ଦୀନ ପାପୀର ପାଇଁ କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ ।    ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ କୁହ ପାପୀ ତାପୀ ନିରାଶ ନ ହୁଅ କେବେ, ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି […]

tyaago spikaaro o jishunka rajyo bisthaaro

ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର (ଆଜି) ଭିକାରି ବେଶରେ        ତୁମରି ଦୁଆରେ ଉଭା ଯେ ହୋଇଛି ମୁହିଁ, ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ ନିରାଶ କରି କି ଦେବ ଫେରାଇ ? । ୧ । ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ, କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ ତୁମେ ତ […]

aahe swargo baasi raajono

(ସ୍ୱର : ପ୍ରାର୍ଥନାରେ ହୁଅ ପ୍ରବୃତ୍ତ) ଆହେ ସ୍ୱର୍ଗବାସୀ ରାଜନ, ତବ ଶ୍ରୀ ଉଦ୍ଦେଶେ କରି ଏହି ମନ୍ଦିର ଗଠନ । ଘୋଷା । କର ହେ ଦର୍ଶନ ତୁମ୍ଭ ପ୍ରଶଂସା ଭଜନା ସେବା କାରଣ କରି ଏ ଗୃହ ନିର୍ମାଣ, କରି ଆଶୀର୍ବାଦ ଦାନ ଏଠାରେ ତୁମ୍ଭ ମହିମା କର ପ୍ରଭୁ ପ୍ରକାଶନ । ୧ ।    ହେଉ ଏହି ସ୍ଥାନ ଅସଂଖ୍ୟ ଲୋକର ନୂତନ ଜନ୍ମସ୍ଥାନ, ପାପୀ ଏଠାରେ ଯେସନ ଦେଖିବେ ତୁମ୍ଭ […]

aaso probhu mejo nikote

(ସ୍ୱର : ପ୍ରଭୁ ଯୀଶୁ ଦୟାସାଗର) ଆସ ପ୍ରଭୁ ମେଜ ନିକଟେ ବିଶ୍ୱାସ ସୁଭକ୍ତି ପ୍ରେମ ସହିତେ, ପ୍ରଭୁଙ୍କ ମରଣ ଭୋଜନ ନିୟମ କରିବା ପାଳନ ଏକାନ୍ତ ଚିତ୍ତେ । ଘୋଷା ।    ଯେଉଁ ରାତ୍ରରେ ଯୀଶୁଖ୍ରୀଷ୍ଟ ହୋଇଲେ ପରହସ୍ତଗତ, ନିସ୍ତାର ଭୋଜ ସେହି କଲେ ପାଳନ ବସିଣ ଦ୍ୱାଦଶ ଶିଷ୍ୟ ସଙ୍ଗତେ । ୧ । ଯୀଶୁ ରୋଟୀ ହସ୍ତରେ ଧରି ଈଶ୍ୱରଙ୍କର ସ୍ତବ କରି, ଭାଙ୍ଗଣି ଶଷ୍ୟିଙ୍କ ୁସେ ଦେଇ ବୋଇଲେ, ଭୋଜନ […]

palibi mu ey niyomo jishunku kari smarana

ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ ।   ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ, ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ ।    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସ୍ମରଣ, ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ । ୨ । ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ, କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ । […]

aahe jishu tobo aagyaa promaane komolo

ଆହେ ଯୀଶୁ, ତବ ଆଜ୍ଞା ପ୍ରମାଣେ କୋମଳ ଓ  ନମ୍ର ଅନ୍ତଃକରଣେ ପାଳିବି ହୃଷ୍ଟମନେ ଏ ନିୟମ, ଯୀଶୁ ତବ ମହା ପ୍ରେମ ବିଧାନ, କରିବି ସ୍ମରଣ ତୁମ୍ଭ ଅପୂର୍ବ ପ୍ରେମ କ୍ଳେଶମାନ । ୧ । ତବ ଶରୀର ଭଗ୍ନ ମୋ କାରଣ, ଏ ଭଗ୍ନ ରୋଟୀ ତାର ନିଦର୍ଶନ, ତବ ବହୁମୂଲ୍ୟ ରୁଧିରଧାର ଦ୍ରାକ୍ଷାରସ ପାତ୍ରେ ଦର୍ଶନ ତାର, କରିବି ସ୍ମରଣ ମୋ ପ୍ରତି ତୁମ୍ଭର ଅଗମ୍ୟ ପ୍ରେମ । ୨ । ହେ […]

aahe pitaa ishwara boro konyaanka proti

ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା । କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ, ଜୀବନଯାଏ ପାଳନ କରିଣ ଏହି ବିଧାନ, କାଟିବେ ଜୀବନ କରି ପ୍ରେମ ଆଚାର । ୧ ।    ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ, ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ […]