ବ୍ୟସ୍ତ କିମ୍ପା ମନ byasta kimpa mono

ବ୍ୟସ୍ତ କିମ୍ପା ମନ ? ଧର ପ୍ରଭୁ ଚରଣେ ଶରଣ । ଘୋଷା । ମନରେ ବିବେଚି ଦେଖ, ସେ ତୋର ପ୍ରତିପାଳକ,ଅଭାବ ନୋହିବ କେବେ ତାଙ୍କ ଅନୁଗ୍ରହ ଦାନ । ୧ ।ସେ କୋମଳ ତୃଣ ସ୍ଥାନେ କରାନ୍ତି ତୋରେ ଶୟନସ୍ଥିର ଜଳ ନିକଟରେ କରନ୍ତି ତୋତେ ପାଳନ । ୨ । ମୃତ୍ୟୁଚ୍ଛାୟାର ପଦାରେ ତୋହର ଭ୍ରମଣ ହେଲେ,କୌଣସି ଆପଦେ ମନେ ନୋହିବ ହେ ଶଙ୍କା ଜନ୍ମ । ୩ ।କାରଣ ସେ ମିତ୍ର ତୋର, ଅଟନ୍ତି […]

ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  bojaayee mondiraa murojo mondre

ବଜାଇ ମନ୍ଦିରା ମୂରଜ ମନ୍ଦ୍ରେ  ବିଭୁ ନାମ ଆଜି ଗାଅରେ,ଗାଅ ନରନାରୀ      ହୃଦୟ-ଯନ୍ତ୍ରେ ସେ ନାମ ମହିମା ଗାଅରେ     ା ୦ । ଗାଏ କୋକିଳ ତାନ ପଞ୍ଚମେ ବିଭୁ ନନ୍ଦନ ଭୁବନେ ତରୁ ଶିହରେ,           ତଟିନୀ ଧୀରେ ବିଭୁ ପ୍ରେମାବେଶେ ଧାଏଁରେ    ା ୧ । ସବୁ ବିଦ୍ୱେଷ ଦୂରେ ପରିହରି ବିଶ୍ୱ ମଙ୍ଗଳେ ମାତି, ସବୁଠୁ ଉଠୁଛି ଯେ ଭାବର ଗାନ ସେହି ସଙ୍ଗୀତେ ମାତି, ଆରେ ପରାଣ        ମୁଗ୍ଧ ଅବଶ ନବ ଉଦ୍ୟମେ […]

ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, jaya jubamesho jishu jagata jibana

ଜୟ ଯୁବାମେଷ ଯୀଶୁ ଜଗତ ଜୀବନ, ବିଶ୍ୱଜନ-ମନ-ମୋହନ ମନ୍ତର ତୁମ୍ଭ ସୁଧାମୟ ନାମ । ଘୋଷା । ପାପୀ-ଆଶାଘର ପ୍ରେମ ଅକୂପାର ଦୀନ ଦରିଦ୍ର ଶରଣ, ଯୋଗୀ-ଜପମାଳ ରଙ୍କ-ରତ୍ନଥାଳ, ଅନନ୍ତ ଜୀବନ ଧନ । ୧ । ନିରାଶ-ପରାଣ-ଆଶା-ଉଦ୍ଦୀପନ ସମୃଦ୍ଧି ସୁଖସଦନ, ଦୁଃଖୀ ଦୁଃଖ-ବୁହା ପାପ-ପଙ୍କଧୁଆ, ଜୟ ତ୍ରିଲୋକପାବନ । ୨ । ଦିଅ ଦରଶନ ହେ ଜୀବଜୀବନ ମୁଁ ଯେ ଅତି ଅକିଞ୍ଚନ,  ସନ୍ତାପହରତା ତ୍ରିଏକ ବିଧାତା, ପୂର୍ଣ୍ଣ କର ମନସ୍କାମ । ୩ । […]

କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ kara aahe naragana ishwaranka guno gaano

କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ    ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ         ା ଘୋଷା । ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ, ହୁଅ ସର୍ବ ପ୍ରାଣୀ ଭୀତ           କର ତାଙ୍କ ଆରାଧନା            ା ୧ । ସେହି ସର୍ବ ପରିତ୍ରାତା            ସେ ମହା ମଙ୍ଗଳଦାତା, ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା            ା ୨ । ସେହି ପ୍ରଭୁ ସର୍ବଜ୍ଞାତା            ଜାଣନ୍ତି ମନର କଥା, ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ […]

mono kara probhu stobo gaano pujaa

ମନ, କର ପ୍ରଭୁ ସ୍ତବ ଗାନ ପୂଜା; ସେ ମହାମହିମ ସର୍ବଶକ୍ତିମାନ ଗୌରବବିଶିଷ୍ଟ ରାଜା । ଘୋଷା ।   ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ, କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ । ୧ ।   ପ୍ରଭୁ ସ୍ତବ କର ଆରେ ମନ ମୋର, ସେ କଲେ ତବ ସୃଜନ, ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ । […]

ମନ, ହେଜିରେ ପ୍ରଭୁ କୃପା ସଦା ଭାବ mono heji re probhu krupaa soda bhaabo

ମନ, ହେଜିରେ ପ୍ରଭୁ କୃପା ସଦା ଭାବ, କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା ।    ସେ ତୋହର ପାପ କରନ୍ତି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା, ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଊଣା । ୧ । ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ, ଉତ୍କ୍ରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ ଯୌବନ । ୨ । ଅତ୍ୟନ୍ତ […]