kehi nahi moro jagate nijara
କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହି ଅସାରଦିନେ ହେବ ନାରଖାର (ଘୋଷା) ଅସାର ଜଗତେ ଚାଲିବି କେମନ୍ତେବଳ ଶକ୍ତି ନାହିଁ ମୋରଦିନେ କାନ୍ଦୁଥାଏ ଦିନେ ଭାବୁଥାଏଯୀଶୁ ମୋତେ ଦୟା କର…. |୧| ଭିକାରୀ ସମାନ ଅଟଇ ଜୀବନକାଟେ ଦୁଃଖେ ଦିନ ମୋରଭୋକିଲା ଜୀବନେ ଚାହେଁ ମୋର ପ୍ରାଣଦେବ କେ ମୁଠେ ଆହାର…. |୨| ସଂସାର ଜଞ୍ଜାଳ ଦିନ ପ୍ରତି ଦିନଆସେ ହୋଇ ଭୟଙ୍କରହେଉଛି କାତରେ ମୋ ପ୍ରାଣ […]
dhanyabado diya raja
ଧନ୍ୟବାଦ ଦିଅ ରାଜା ଯୀଶୁଙ୍କରକରିଛନ୍ତି ଯୀଶୁ ପାପୁ ପରିତ୍ରାଣ ଦେଇ ନିଜର ପ୍ରାଣଦୟାର ସାଗର, ପ୍ରେମେ ପରିପୂର୍ଣ୍ଣସ୍ନେହଶୀଳ କୃପାମୟ (ଘୋଷା) ଥିଲୁ ନିରୁପାୟ, ନଥିଲା ଉପାୟନଥୁଲା ଭରସା ଆମମଧ୍ୟସ୍ଥ ହୋଇଣ କରିଲେ ମିଳନଧନ୍ୟ ଯୀଶୁଙ୍କର ନାମ …. |୧| ଯୀଶୁଙ୍କର ପ୍ରେମ କରିବା ସ୍ମରଣଭୁଲିବାନି କଦାଚନବିଶ୍ଵାସେ ପାଇଛୁ ଅନନ୍ତ ଜୀବନବଂଚିଥିବା ଚିରଦିନ…. |୨| ଆଜିଠାରୁ ଆଉ ପାପ ତୁ ନକରକର ଆଜ୍ଞାକୁ ପାଳନସୁସ୍ଥ ହୋଇଅଛି ପାପ ରୋଗ ତୋରପ୍ରଶଂସା କରି ତାଙ୍କର… |୩| ସୂଚୀମାଳାକୁ ଫେରନ୍ତୁ
mu kahara nuhe
ମୁଁ କାହାର ନୁହେଁ, ମୁଁ ଯୀଶୁଙ୍କରସେ ରକ୍ତରେ ମୋତେ କିଣିଛନ୍ତିସେ ମୋ ପାପ ପାଇଁ ଜୀବନ ଦେଇଛନ୍ତି (ଘୋଷା) ସେ ବାଗଦାନ ମୋତେ କରିଛନ୍ତିପବିତ୍ର ଆମ୍ବା ବଇନା ଦେଇଛନ୍ତି।ମୋତେ ସ୍ବର୍ଗରାଜ୍ୟକୁ ନେବା ପାଇଁ … |୧| ମୋର ପାପ ସବୁ କ୍ଷମା କରିଛନ୍ତିପରିତ୍ରାଣ ଆନନ୍ଦ ଦେଇଛନ୍ତିଜୀବନ ପୁସ୍ତକେ ନାମ ଲେଖିଛନ୍ତି …. |୨| କେଡେ ପ୍ରେମ ସେ ମୋତେ କରିଛନ୍ତିନିଜ ପୁତ୍ର ଅଧୁକାର ଦେଇଛନ୍ତିମୋର ସ୍ଵର୍ଗୀୟ ପିତା ସେ ହୋଇଛନ୍ତି … |୩| ମୁଁ ତାଙ୍କ ଅପେକ୍ଷାରେ […]
ei jibanara akasha dine
ଏଇ ଜୀବନର ଆକାଶେ ଦିନେସଂଧ୍ୟା ଆସିବ ନଇଁ ନଇଁ … (୨ ଥର)ବଂଧୁ ତୁମେ କି ପ୍ରସ୍ତୁତ ଥିବାସେହି ମହାଯାତ୍ରା ପାଇଁ ?… (ଘୋଷା) କୁହ ଯାତ୍ରା ଶେଷ ଜୀବନ ମୁକୁଟରହିଛି କି ତୁମ ପାଇଁ ?ପାଇଛ କି ତୁମେ ଜୀବନେ-ଅଶେଷପ୍ରଲୋଭନ ବାଧା ଡେଇଁ ?ଆସ କୁଶ ତଳେ ଯଦି ତୁମ ପାଶେତ୍ରାଣ ଅନୁଭୂତି ନାହିଁ…. |୧| ଜଗତ ଅଟେ ଯେ ଦୁଇଦିନ ପାଇଁଅଭିନୟ ମଞ୍ଚ ଏକ (୨ ଥର)ଧନ ଯଉବନ ଆହୁରି କ୍ଷଣିକଅନିତ୍ୟ ଅଟେ ସେ […]
prabhu basichi he pada tale
ପ୍ରଭୋ ବସିଛି ହେ ପଦ ତଳେ,ତୁମ୍ଭ ବାଣୀ ମୁଁ ନଶୁଣି ଯିବି ନାହିଁ କାହିଁ ଭଲେ (ଘୋଷା) ନିଜ ଚିନ୍ତା ପଥେ ଯାଇ ପଥେ ଦିଶାହରା ହୋଇ,ବସିଛି ସବୁ ହରାଇ ଜଞ୍ଜାଳର କୋଳାହଳେ… |୧| ତବ ପୁଣ୍ୟ ଇଚ୍ଛା-ପଥ ଦେଖାଅ କରି ଇଙ୍ଗିତ,ଚଳାଅ ଧରି ମୋ ହାତ, ନ ଟଳିବି ଯେହ୍ନେ ଚୂଳେ… |୨| ନାହିଁ ମୋର ଭକ୍ତି ଲୟ, ହୃଦୟ ସଦା ଅଥୟ,ବାନ୍ଧି ରଖି ଏ ହୃଦୟ ଚିର ପ୍ରେମ-ବାହୁ ବଳେ… |୩| ସୁନ୍ଦର ମୁଖ […]
tumbhathare prabhu neli sarana
ତୁମ୍ଭଠାରେ ପ୍ରଭୁ ନେଲି ଶରଣ (ଘୋଷା) ଅଜ୍ଞାନ ଅଧମକୁ ତୁମ୍ଭ ପଥେ ଯିବାକୁଧର୍ମ-ଦୀପ୍ତି ପ୍ରଭୁ ହେ କର ଦାନ… |୧| ବଳ ନାହିଁ ମୋହର,ଶତୁ ପୁଣି ଅପାରସ୍ଵର୍ଗୀୟ ବଳେ କର ବଳବାନ… |୨| ନିବିଡ଼ ଅନ୍ଧକାରପୂର୍ଣ୍ଣ ଏହି ସଂସାରହସ୍ତ ଧରି କରାଅ ହେ ଗମନ… I୩I ମୋର ବିଶ୍ବାସ କ୍ଷୀଣ ସଦା ଅସ୍ଥିର ମନକର ସୁସ୍ଥିର କରି ଆତ୍ମା ଦାନ I୪I ହିତ ବାକ୍ୟ ତୁମ୍ଭରହେଉ ଗଳାର ହାରପ୍ରାର୍ଥନାରେ ଜାଗ୍ରତ ଥାଉ ମନ… |୫| ନିତ୍ୟ ରଖି […]
dukha nasana he
ଦୁଃଖ ନାଶନ ହେ, ସୁଖ ଦିଅ ମୋର ମନେ,ବେଳକୁ ବେଳ ତ ପ୍ରବଳି ଉଠଇଦୁଃଖ ତରଙ୍ଗ ଯେସନେ । (ଘୋଷା) ଦୁଃଖର ସଂସାରେ ମାନବ ଶରୀରେସଙ୍ଗେ ସଙ୍ଗେ ଛାୟା ସମଅପାର କଷଣ ଦୁଃଖାଦି ମରଣ ଲାଗିଥାଏ ଅନୁକ୍ଷଣ… |୧| ମହୀପରେ ମୁହଁ ସହି ନ ପାରଇଶରୀର ଯାତନା ମାନମୁହଁ ନିରାଶ୍ରୟ, ହୁଅ ମୋ ସହାୟଆହେ ଆରତ ଭଞ୍ଜନ… |୨| ମୋର ନାହିଁ ଗୁଣ ଜ୍ଞାନ ଧର୍ମ କର୍ମ,ମୁଁ ସଂପୂର୍ଣ୍ଣ ଶକ୍ତିହୀନମୋ ଦୁର୍ବଳ ପଣ ଦେଖି ଶୟତାନସହଜେ ନାଶଇ […]
mana atma jishunku debi
ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା) ଯୀଶୁ ମୋର ସୃଷ୍ଟି କର୍ତ୍ତା,ମୋ ଆତ୍ମାର ସେ ବେବ,ତାଙ୍କ ହସ୍ତେ ସବୁଭାରଦେଇ ଶାନ୍ତି ଭୋଗିବି… |୧| ଯୀଶୁ ମୋ ଜୀବନାକାରସତ୍ୟ ଜ୍ୟୋତି ସେ ମୋହର,ଜୀବନ ଜ୍ୟୋତଃ ଶକ୍ତିରେ, ନିତ୍ୟଜୀବୀ ହୋଇବି… |୨| ଯୀଶୁ ମୋତେ ପ୍ରେମ କଲେ,ମୋ ପାଇଁ ସେ ପ୍ରାଣ ଦେଲେ,ତାଙ୍କୁ ପ୍ରେମ ମୁଁ ନ କଲେ, ଆତ୍ମଘାତୀ ହୋଇବି…. |୩| ଯୀଶୁ କେଡେ ମୋନହର, […]
prati kanthu jharipadu
ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା) ରାଜାରାଜନ ତୁମେ ପତିତପାବନଏ ଜଗତେ ପଥ ସତ୍ୟ ତୁମେ ହିଁ ଜୀବନଦୟାର ସାଗର ତୁମେ ପ୍ରେମର ଆକରକ୍ଷମାର ଆକର ତୁମେ କରୁଣା ନିର୍ଟିରଏକମାତ୍ର ଅତିପ୍ରିୟ ଈଶ୍ବର ସୁତ… |୧| ମରଣ ବିଜୟୀ ଯୀଶୁ ସର୍ବ ଶକ୍ତିମାନଅନୁଗ୍ରହେ ଦେଇଅଛି ମହା ପରିତ୍ରାଣହେ ପ୍ରେମିକ ପ୍ରିୟତମ ଚିର ମହୀୟାନଧନ୍ୟବାଦ ପ୍ରଶଂସାରେ ତୁମେ ହିଁ ଭାଜନତ୍ରିଭୁବନ କର୍ତ୍ତା ତୁମେ, ଅନାଦି ଅନନ୍ତ… |୨| ସୂଚୀମାଳାକୁ […]
nahi samaya kalo dino
ନାହିଁ ସମୟ କାଳ ଦିନପାଖେଇ ଆସିଲା ପ୍ରଭୁଙ୍କ ଆଗମନପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣଯୀଶୁଙ୍କୁ ଦେବାରେ ମନରେ… (ଘୋଷା) ଛାଡ଼ିଯିବା ଆମେ ମରତପୁରସ୍ଵର୍ଗ ହେବ ଆମ ଘରସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁଭୋକ ଶୋଷ ହେବ ଦୂରପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନଧନ୍ୟ ହେବ ଆମ ଜୀବନ… |୧| ଯିଏ ଜାଣି ନାହିଁ ଜଣେଇ ଦେବାପ୍ରଭୁ ଆଗମନ କଥାଜାଣି ଶୁଣି ଯିଏ ଭୁଲାଇବ ମଥାଭୋଗିବ ନରକ ବ୍ୟଥାଆଉ ଭାଇ କ୍ଷମା ନାହିଁ ହୋ […]