dipti prakasha ehi sangsare
ଦୀପ୍ତି ପ୍ରକାଶ ଏହି ସଂସାରେ ତାରାଗଣ ଯେହ୍ନେ ଅନ୍ଧକାରରେ; ମାନିବା ଏ ଆଜ୍ଞା ପ୍ରଭୁ ବଳରେ ମୁହିଁ ଏହିଠାରେ ତୁ ସେଠାରେ । ୧ । ଦୀପ୍ତି ପ୍ରକାଶ ଯୀଶୁ କହନ୍ତି, ନିସ୍ତେଜ ପ୍ରଦୀପ ଦୁଃଖେ ଦେଖନ୍ତି; ହୋଇବା ଉଜ୍ଜ୍ୱଳ ସବୁ କାଳରେ ମୁହିଁ ଏହିଠାରେ ତୁ ସେଠାରେ । ୨ । ଦୀପ୍ତି ପ୍ରକାଶ ଯେହ୍ନେ ଦର୍ପଣ ଦୀପ୍ତିମାନ ହୁଏ ପାଇ କିରଣ; ହେଉଁ ତେଜୋବାନ ପ୍ରଭୁ ତେଜରେ ମୁହିଁ ଏହିଠାରେ ତୁ ସେଠାରେ । […]