gao jagajanne anandita mane
ଗାଅ ଜଗଜ୍ଜନେ ଆନନ୍ଦିତ ମନେ ମୃତ୍ୟୁଞ୍ଜୟୀ ଯୀଶୁ ଭୁବନେ ଉଠିଲେଣି ଆମ କ୍ରୁଶୀୟ ଯୀଶୁ ଭେଟ ଯାଇ ତାଙ୍କ ଚରଣେ । ଘୋଷା । ମୃତ୍ୟୁର ନାହୁଡ଼ ଭାଙ୍ଗିଗଲା ଆଜି ପାପୀର ସ୍ୱପନ ଗଲାଣିତ ଭାଜି ତା’ ପାପର ଲାଗି ଯୀଶୁ ମୃତ୍ୟୁ ଭୋଗି ଉଠିଲେଣି ନବ ଜୀବନେ । ୧ । କ୍ଷୁଧିତ ତୃଷିତ ଆସ ବେଗେ ଧାଇଁ ଚିନ୍ତା ଦୁଃଖ ମନୁଁ ନିରାଶ ଘୁଞ୍ଚାଇ ଉଠିଲେଣି ସେହି କବର ଫିଟାଇ ପାପୀ ଉଦ୍ଧାର କାରଣେ […]
jishu rajana hai mo trana pasara
ଯୀଶୁ ରାଜନ ହେ ମୋର ତ୍ରାଣ ପସରା ପାପୀବନ୍ଧୁ ପାପହରା । ଘୋଷା । ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ ପାପୀ ପାପ ବହି କ୍ରୁଶେ ହୋଇଲେ ଧରା । ୧ । କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି କି କଲବଲରେ ପ୍ରାଣ ନେଲଟି ପରା । ୨ । ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ ଏହା ଦେଖି ବେନି ଆଖି ସହେ କି ପରା । […]
papi manare thare krusha ku chahan
ପାପୀ ମନରେ ଥରେ କ୍ରୁଶକୁ ଚାହାଁ ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା । ଯିହୁଦୀଏ କରିଣ କୂଟ ପିନ୍ଧାଇଲେ କଣ୍ଟା ମୁକୁଟ ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ । ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେ କ୍ଷମ ଭୟ ଦୂର ହୋଇବ ନିକର ପରମ ପଥକୁ ହୋଇବ ସାହା । ୨ । କ୍ରୁଶ […]
taba krushiya jatana hai bhedi jaau
ତବ କ୍ରୁଶୀୟ ଯାତନା ହେ ଭେଦି ଯାଉ ଆଜି ବିଶ୍ୱ ପ୍ରାଣେ ଅନୁଭବେ ହେ । କ୍ରୁଶରେ ଦେଖି ରକତ ସ୍ରୋତ ଫାଟିଯାଉ ବିଶ୍ୱାବାସୀଙ୍କର ବୁକୁ ସବେଗେ ଧାଇଁ ଆସ କ୍ରୁଶ ତଳେ ଅନୁତପ୍ତ ପ୍ରାଣେ ହେ । ୧ । ପାତକୀ ଜୀବନ ପାଇଁକି ଦାନ ଦେଲ ତୁମେ ଅମର କୁମର ହୋଇ ମୃତ୍ୟୁ ବରିଲ ଅଶ୍ରୁ ଢାଳି ପଦ ଦେବି ଗୋ ଧୋଇ ପାରଦେଶେ ନାଥ ମୋତେ ଭୁଲିବ ନାହିଁ ଜୀବନେ କ୍ରୁଶ ଛବି […]
papi, krusha ma adori ne
ପାପୀ, କ୍ରୁଶ ମୋ ଆଦରି ନେରେ ପାପୀ କ୍ରୁଶ ତଳେ ତୋ ଅମାପ ପାପ ଗଣ୍ଠିରୀ ଥୋଇ ଦେ । ୦ । ପାପ କଳଙ୍କ ଧୋଇବା ପାଇଁରେ କ୍ରୁଶେ ଦେଲି ବୁକୁ ରକତ ନିଗାଡ଼ି ହୃଦ ଭରା ତୋର କଳଙ୍କ କାଳିମା ରକତେ ପଖାଳି ଦେ । ୧ । ଖୋଜି ମୁଁ ତୋତେ ବାହାର ଅନ୍ଧାରେ କେଶ ବେଶ ତିନ୍ତେ ନିଶିର ଶିଶିରେ ଡାକି ଫେରେ ନିତି କୁଟୀର ଦୁଆରେ ଦୁଆର ଫିଟାଇ ଦେ […]