sano sano pilanku jishu-premo karanti

ସାନ ସାନ ପିଲାଙ୍କୁ   ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ  ଆପେ କୋଳେ ଧରନ୍ତି  ଏବେ ମୋ ପାଇଁ     ପ୍ରେମ ଦେଖାଇ ମୋ ପାଶେ ଥାଇ    ସେ କୃପା କରନ୍ତି । । ୧ ।   ଯୀଶୁ ପାଶେ ଏଠାରେ           ଯେତେ ପିଲା ଯାଆନ୍ତି; ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ । ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ, ଆପଣାର ଦେହରେ ପାପ ଭାର ବହିଲେ । ୩ । […]

he pilagana karucha ki jishunku prema

ପ୍ରଶ୍ନ :      ହେ ପିଲାଗଣ ! କରୁଛ ଯୀଶୁଙ୍କୁ କି ପ୍ରେମ ? । ଘୋଷା । ଉତ୍ତର : ହଁ, ଯୀଶୁ ବିନା କେହି ସୁନ୍ଦର ନ ଦିଶଇ, ଶାରୋଣ ଗୋଲାପରୁ ସେ ଅତି ମନୋରମ । ୧ ।    ହଁ, ସେହି ଯୀଶୁ ନାମ କର୍ଣ୍ଣକୁ ମନୋରମ, ନାହିଁ ନାହିଁ ସେପରି ଅନ୍ୟ ସୁମିଷ୍ଟ ନାମ    । ୨ ।    ହଁ, ସେ ପିଲାମାନଙ୍କୁ ନରକୁ ତାରିବାକୁ, ନିଜ ଜୀବନ ଦେଲେ, […]

aso aso pila mane

ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ ।    ସଦାବେଳେ ସମାନ ଥ ।ନ୍ତି ସେ ଦୟାବାନ । ଜୀବନର ଶେଷ ଯାଏ ଦେହ ପୁଣି ଆତ୍ମାରେ; ଆଶୀର୍ବାଦ ଯେତେ ଥାଏ ଦିଅନ୍ତି ବାହୁଲ୍ୟରେ । ୨ । ପାପୀମାନଙ୍କୁ ଅନାଇ ଦୟାପୂର୍ଣ୍ଣ ଚିତ୍ତରେ; ପାପଠାରୁ ମୁକୁଳାଇ ନେଲେ ମୁକ୍ତି ମାର୍ଗରେ । ୩ । ଯୀଶୁ ପାପ ଭାର ନେଲେ ଆପଣାର ଦେହରେ; ଏଣୁ […]

aso aso he sakala pila pili

ଆସ ଆସ ହେ ସକଳ ପିଲାପିଲି, ଆସ ଆସ ହୋଇ ଏକ ମେଳି । ଘୋଷା ।    ଡାକୁଛନ୍ତି ତ୍ରାତା ସ୍ନେହ କରି, ନ କରିବେ ତୁଚ୍ଛ ପିଲା ବୋଲି । ୧ ।    ତାଙ୍କ କୋଳେ ବସ ସ୍ଥାନ ମାଡ଼ି, ଦେବେ ସେହି ଆଶୀର୍ବାଦ ଢାଳି । ୨ ।    ଧ ।ର୍ମିକ ହୁଅ ହେ ତାଙ୍କ ପରି, ଛାଡ଼ ମିଥ୍ୟା ହିଂସା କ୍ରୋଧ କଳି । ୩ । ପିଲାକାଳୁ […]

aso pilamane sadhu kulare

ଆସ ପିଲାମାନେ     ସାଧୁ କୂଳରେ  ମିଳିବା ଏ ସ୍ଥାନେ     ସଣ୍ଡେସ୍କୁଲରେ ପ୍ରଭୁ ଏହିଠାରେ      ଦେଖା ଦିଅନ୍ତି, ଆମ୍ଭ ମାଗିବାରେ     ପାଶେ ନିଅନ୍ତି  । ୧ । ସଣ୍ଡେସ୍କୁଲରେ ଥାଇ ଜ୍ଞାନ ପାଇବା  ତ୍ରାଣଜ୍ଞାନ ପାଇ       ଗୀତ ଗାଇବା ।  ଆସ ପିଲାମାନେ     ଆଜ୍ଞା ହେବାରେ  ମିଳିବା ଏ ସ୍ଥାନେ     ସ୍କୁଲ- ସେବାରେ, ଯୀଶୁ ଏହିଠାରେ     ଆଶ୍ରା ଦିଅନ୍ତି, ତାଙ୍କୁ ମାନିବାରେ     କୋଳେ ନିଅନ୍ତି  । ୨ । ଆସ ପିଲାମାନେ     ଆଶ୍ରା ନେବାରେ ମିଶିବା ଏ ସ୍ଥାନେ     […]

(aaha) aamo laagi jishu aasile (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ,

(ସ୍ୱର : ମୋତେ ଖୋଜି ଖୋଜି ଯୀଶୁ) (ଆହା) ଆମ ଲାଗି ଯୀଶୁ ଆସିଲେ, ବେଥଲିହିମରେ, ସାନ ଗ୍ରାମଟିରେ ଶ୍ରୀଯୀଶୁ ଜନମ ଲଭିଲେ । ଧ୍ରୁବ । ପୂତ ପରିବାରେ ଶିଶୁର ରୂପରେ ଦିନୁ ଦିନୁ ସେତ ବଢ଼ିଲେ, ପିତା, ମାତା, ଭ୍ରାତା, ଭଗିନୀ ମମତା ସବୁ ଅନୁଭୂତି ଲଭିଲେ           । ୧ । ଅଳସ ଜୀବନ ନ କରି କ୍ଷେପଣ ପିତା ସଙ୍ଗେ କାମେ ଲାଗିଲେ, ଦୁଃଖର ସଂସାରେ କେତେ ପରକାରେ ନିତି ସେ ସାହାଯ୍ୟ […]

aaso jishu ruha tume niti aamo saathire

( ସ୍ୱର : ଆସ ଶିଶୁ ସଖା ଯୀଶୁ ) ଆସ ଯୀଶୁ ରୁହ ତୁମେ           ନିତି ଆମ ସାଥୀରେ ଆମେ ତୁମ ସାନ ଶିଶୁ           ଡାକୁଅଛୁ ଅଧୀରେ । ଧ୍ରୁବ । ଆମ ପ୍ରିୟ ପିତାମାତା            ପୁଣି ଯେତେ ଭଗ୍ନୀ ଭ୍ରାତା ସମସ୍ତଙ୍କୁ ଆଉଜାଇ  ରଖ ତୁମ କୋଳରେ । ୧ । ଦେଖାଇ ସୁନ୍ଦର ଗୁଣ            ତୁମ ପରି ହେବୁ ପୁଣ ଜୀବନ ବାସନା ଆମ ବିକଶୁ ଜଗତରେ     । ୨ । ସାନ […]