Bethalihimara sitala pabana
ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେକାନ୍ଦ ନାହିଁ ଆଉ ପ୍ରାଣ ଧନ ମୋରଶୋଇପଡ ମୋର କୋଳେ (ଘୋଷା) ମିଟି ମିଟିକାରେ ଅଗଣିତ ତାରାହସୁଛନ୍ତି ଆକାଶରେଜଗି ରହିଛନ୍ତି ସରଗର ଦୂତଅପଲକ ନୟନରେଘୁମେଇ ପଡ଼ିଛି ମେଷ ଛୁଆ ଟିଏଆମ ପାଖେ ନୀରବରେଆଦରି ନେଉଛି ସଙ୍ଖାଳି ମୋରଶୋଇପଡ ଆନନ୍ଦରେ (୧) ଯଦିବା ଆସିବ ସଙ୍କଟ ଦୁଃଖସେଥିପାଇଁ ନାହିଁ ଭୟଶତୃ ହାରିବ ପାପ ମନ ପାଇଁସତ୍ୟର ହେବ ଜୟତୋହରି ଜନମେ ଗଗନ ପବନମାତି ଉଠେ ସରାଗରେଶୋଇପଡ ମୋର ନୟନର ମଣିମା […]
aso sarbe biswajana toli jaya
ଆସ ସର୍ବେ ବିଶ୍ୱଜନ ତୋଳି ଜୟ କେତନ କର ଉଲ୍ଲାସେ ପ୍ରଣାମ ଶିଶୁ ଯୀଶୁ ଚରଣ । ଘୋଷା । ବେଥେଲିହିମ ଆକାଶେ ନବ ତାରା ବିକଶେ, ଦେଖ ଦୀନହୀନ ବେଶେ ସୁପ୍ତ ବିଶ୍ୱ ରାଜନ । ୧ । ଆସି ଧରା ପାପମୟ ତ୍ୟଜି ଗୌରବ ସ୍ୱର୍ଗୀୟ କଲେ ଈଶ୍ୱର ତନୟ ଦୁଃଖୀ ଦୁଃଖ ବରଣ । ୨ । ସୁପଣ୍ଡିତ ତିନି ଜଣ କରି ମାନ ବିସର୍ଜନ ହୋଇଣ ନତ ଆନନ ପାଆନ୍ତି ଦରଶନ […]
biswa tapita porana tarane
ବିଶ୍ୱ ତାପିତ ପରାଣ ତାରଣେ ତ୍ରାଣଭାନୁ ଭବେ ଉଇଁଲେଣି, ବେଥଲିହିମରେ ଦୂତ ସ୍ୱରେ ନରେ ଶୁଭାଗମ ଗୀତି ଗାଇଲେଣି । ଘୋଷା । ଦୂତ ମୁଖୁ ଶୁଣି ଭକ୍ତ ମେଷପାଳେ, ଭେଟିଲେ ସର୍ବାଗ୍ରେ ଶ୍ରୀପଦ କମଳେ, ଦର୍ଶନାନ୍ତେ ପଥେ ଗାଇଲେ ମରତେ ସରଗ ସମ୍ପଦ ଅଇଲେଣି । ୧ । ଉପହାରକର ପଣ୍ଡିତ ନିକର, ଶିଶୁ ଯୀଶୁ ପଦେ କରି ନମସ୍କାର, ଭଜନ ସ୍ମରଣେ ନାମ ସଂକୀର୍ତ୍ତନେ ମୋକ୍ଷ କରତାକୁ ପାଇଲେଣି । ୨ । […]
akase uthi nahi se dina tarati
ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ । ଘୋଷା । ଗାଇନି ସରଗ ବାହିନୀ ଜନମି ନାହିଁରେ ବେଥଲିହିମରେ ଅମରାବତୀର ଶିଶୁଟି ପରାଚୀ ପଣ୍ଡିତ ନରେଶ ହେରୋଦ ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ ଯେସନେ ଅତୀତ କାହାଣୀ । ୧ । ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ ଜଳସ୍ଥଳ ନଭ ଜଣାଏ […]
he raja rajana janamicha
ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ ମୋତେ ଦେଖାଇଛ ପଥ ପାପ-ନିଶିରେ । ୧ । ସ୍ୱର୍ଗ ସିଂହାସନ ତିଆଗି ହେ ନାଥ, ମାନବ ରୂପ ଧରି ହୋଇଅଛ ଜାତ, ପାପୀ ପାପ-ଭାର କରିବାକୁ ଦୂର, ଆସିଅଛ ଆଜି ଏ ଦୀନ ବେଶରେ । ୨ । ତବ ଶ୍ରୀ ପୟରେ ଭେଟି […]
aji suprabhate asa jiba bhai
ଆଜି ସୁପ୍ରଭାତେ ଆସ ଯିବା ଭାଇ ନବ ପ୍ରେମେ ମିଳି ଯୀଶୁ ନାମ ଗାଇ । ଘୋଷା । ସ୍ୱଗୁଁ ଅବତରି ସୁର ପ୍ରଭୁ ଭବେ ଜନମିଲେ ନର ତ୍ରାଣ ପାଇଁ । ୧ । ଭାଇ ଭଗିନୀ ସର୍ବେ ଜଡ଼ତା ଛାଡ଼ି ପାପାତ୍ମାର ସର୍ବ ଶୃଙ୍ଖଳା ବେଡ଼ି ଭଙ୍ଗ କରି ଆସ ମୁକୁଳିବା ପ୍ରେମେ ଏକ ହୋଇ ଯୀଶୁ ନାମ ଗାଇ । ୨ । ସୂଚୀମାଳାକୁ ଫେରନ୍ତୁ
gaao gaao he aanonde jaya gito
ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ, ଆସିଛନ୍ତି ସେହି ସୁସମାଚାର ନେଇ, ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ, ଶୟତାନର ବଳ ଗର୍ବ କରିବେ ଖର୍ବ, ଦୂର କରିବେ ପାପ ଉତ୍ପାତ । ୧ । କି ଆନନ୍ଦ ସୁସମ୍ବାଦ ଅଟଇ ଏହି ! ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ, ମୃତ୍ୟୁଚ୍ଛାୟା […]