huo he probhujishu prashana
ହୁଅ ହେ ପ୍ରଭୁ ଯୀଶୁ ପ୍ରସନ୍ନ, ହୁଅ ଏହି ସଭାରେ ବିଦ୍ୟମାନ । ଘୋଷା । ଆମ୍ଭେମାନେ ଅଯୋଗ୍ୟ ଦୀନହୀନ କରୁଅଛୁଁ ପ୍ରାର୍ଥନା ନିବେଦନ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଅଟେ ଅନୁଗ୍ରହ ନିଧି ପ୍ରମାଣ । ୧ । ନିଜ ପ୍ରତିଜ୍ଞା କର ହେ ସ୍ମରଣ ହେ ପ୍ରଭୁ ଯୀଶୁ ଅନନ୍ତ ଜୀବନ ଯେଉଁ ଠାବରେ ଦୁଇ ତିନି ଜଣ ତୁମ୍ଭ ନାମେ ହୋନ୍ତି ଏକତ୍ର ପୁଣ । ୨ । ତୁମ୍ଭେ ହୋଇ ସେଠାରେ ବର୍ତ୍ତମାନ […]
aaso prabhu aaso aaji ehi sobhaasthaane hai
ଆସ ପ୍ରଭୋ ! ଆସ, ଆଜି ଏହି ସଭାସ୍ଥାନେ ହେ; ଚାହିଁ ବସିଅଛୁ ଶୂନ୍ୟ ହୃଦୟେ ପୂଜା ଆୟୋଜନେ ହେ । ଘୋଷା । ପାପର ପ୍ରମାଦ ସାଧେ ଯଦି ବାଦ ତବ ଆଗମନେ ହେ, ପାପ ତାପ ବିଷ କରି ହେ ନିଃଶେଷ ବସ ହୃଦାସନେ ହେ । ୧ । ସଂଜୀବିତ କରି ଉତ୍ସାହେ ତୁମ୍ଭରି, ତୁମ୍ଭ ଆତ୍ମାଗୁଣେ ହେ, ଉଜ୍ଜାଗର କର ଜୀବନ ଆମର ବାନ୍ଧି ପ୍ରାଣେ ପ୍ରାଣେ ହେ । ୨ […]
prabhu tobo su kalyaano ey poribaaronku daano
ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ କରି ତୁମ୍ଭ ପ୍ରତି ପ୍ରେମ ଜନ୍ମାଅ ଯାବଜ୍ଜୀବନ । ଘୋଷା । ଏ ପରିବାର ତୁମ୍ଭର ପ୍ରିୟପୁତ୍ର ଯୀଶୁଙ୍କର ନାମରେ ଦୃଢ଼ ବିଶ୍ୱାସ ରଖି କାଟନ୍ତୁ ଜୀବନ । ୧ । ତୁମ୍ଭ ପ୍ରତି ଭୟ ପ୍ରେମ, ଧର୍ମଶାସ୍ତ୍ର ଅଧ୍ୟୟନ ନିବେଦନ ବା ଗାୟନ କରିବାର ନୋହୁ ଶୂନ୍ୟ । ୨ । ତବ ମନ୍ଦିରର ପ୍ରତି ସର୍ବ ଧର୍ମ କର୍ମ ପ୍ରତି ସର୍ବାବସ୍ଥାରେ ଏହାଙ୍କ ଭକ୍ତି କରାଅ […]
praathonaa re huo probruto
ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା । ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ ! ତେବେ ମଧ୍ୟ ଯେଉଁ ନର ପ୍ରାର୍ଥନାକୁ ଜାଣେ ସାର, ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ । ପ୍ରାର୍ଥନାର ଗୁଣ, ନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ, ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି ହୁଏ ଆଶୀର୍ବାଦ ଦତ୍ତ, ଧର୍ମେ କରେ ସ୍ଥିର ଚିତ୍ତ । ୨ […]
kara proti dino dhyaano probhunka bochono
କର ପ୍ରତି ଦିନ ଧ୍ୟାନ ପ୍ରଭୁଙ୍କ ବଚନ, ଅଟେ ମନୋହର ଦିବ୍ୟ ଜ୍ଞାନାକର, ମହାନନ୍ଦ କରେ ଦାନ । ଘୋଷା । ତହିଁ ସୁପ୍ରକାଶ ପିତା ମହା ପ୍ରେମ, ଦିଶେ ଯୀଶୁଙ୍କ ବଦନ; ମନୋହର ଜ୍ଞାନ ଉପମା ବଚନ ପ୍ରତି ପତ୍ରରେ ଲେଖନ । ୧ । ଶାନ୍ତ ଭାରଗ୍ରସ୍ତ ଲୋକଙ୍କର ପ୍ରତି ଦାନ କରେ ମହାଶାନ୍ତି; ଯୀଶୁଙ୍କ ଶ୍ରୀମୁଖ ମଧୁର ବଚନ ତହିଁରେ ହୁଏ ଶ୍ରବଣ । ୨ । ବିପଥ […]
dharmo grantho bochono maala
ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା, ଏ ଭବ-ଅରଣ୍ୟେ ପାପୀ ନରଗଣେ ତ୍ରାଣର ଆଲୁଅ ଉଦୟ କଲା । ଘୋଷା । ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ; ତାହା ପାପୀ ମନ କରଇ ଫେରଣ, କରେ ନିବାରଣ ନରକ ଜ୍ୱାଳା । ୧ । ମଧୁଠାରୁ ଅତି ସୁମିଷ୍ଟ, ଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ, ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣି, ଅମୂଲ୍ୟ ରତନ ହୃଦୟ […]
aaji uthileni dharma bhanu
ଆଜି ଉଠିଲେଣି ଧର୍ମ-ଭାନୁ, ଅଳସେ ଶୟନ କରିଛୁରେ ମନ, ତାହା କିରେ ତୁହି ଜାଣୁ ? । ଘୋଷା । କେତେ ନରନାରୀ ପ୍ରତି ନିମିଷେ ନାଶ ହେଉଛନ୍ତି କାଳର ଗ୍ରାସେ ! ସ୍ୱାର୍ଥ-ମଦିରା କି ଅଚେତା କରାଇ ଜରାଉଥିବ ତୋ ତନୁ ? । ୧ । ଉଠ, ଉଠ, ମୋହ ନିଦ୍ରା ସମ୍ବର, ଜନ ହିତେ ମନ ନିବେଶ କର, ତୋଳି ପ୍ରେମ-ପୁଷ୍ପେ ଭକତି-ମଣ୍ଡପେ ପୂଜା କର ଭାଙ୍ଗି ଜାନୁ । ୨ […]
prabhu sabu to jaane mu je oporaadhi
ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ, ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା । ପାପ ପୁରୁଷର ଖର ଶାଣ ଶର ବରଷି ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ । ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ । ଶ୍ରୀଚରଣ […]
mone mone paapo no koro
ମନେ ମନେ ପାପ ନ କର । ଘୋଷା । କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି, ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ । ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର, ମନ ସିନା ହେବ ଜବାବଦାର । ୨ । ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା, ମନରୁ ଏ ପାପ କର ବାହାର । ୩ । କୁଦୃଷ୍ଟି ଅନୁରକ୍ତି କୁତ୍ସିତ କଥାଶକ୍ତି, ଏଥିରେ ହୁଅଇ […]
koribi ki pori ede ghoro duskormo
କରିବି କିପରିରେ ଏଡ଼େ ଘୋର ଦୁଷ୍କର୍ମ ଅମର ଈଶ୍ୱରଙ୍କ ଦୃଷ୍ଟିରେ ହେ ? ମୋର ଦୃଢ଼ ନିୟମ ଲଙ୍ଘିବି ମୁଁ କେସନ ଯାହା କରିଛ ତାଙ୍କ ଛାମୁରେ ହେ ? । ଘୋଷା । ସେ ମୋ ପରମ ପିତା, ସର୍ବ ମଙ୍ଗଳ ଦାତା, କରିଛନ୍ତି କି କୃପା ମୋ ପରେ ହେ! ବିରୁଦ୍ଧରେ ତାଙ୍କରି ପାରିବି କି ମୁଁ କରି ଏଡ଼େ ପାପ ମୋ ଶତ୍ରୁ ଶିକ୍ଷାରେ ହେ ? । ୧ । […]