chahan chahan bare ahe patoki nare

ଚାହଁ ଚାହଁ ବାରେ    ଆହେ ପାତକୀ ନରେ ତୁମରି ମୁକତି ପାଇଁ  ଯୀଶୁ କ୍ରୁଶୋପରେ । ଘୋଷା । ଜଗତ ପାପର ଭାର ମସ୍ତକେ କଣ୍ଟକ ହାର, ଅଭିଶାପାନଳ ତୋର            ନିଅନ୍ତି ବକ୍ଷରେ । ୧ । ରକ୍ତିମ ଶୋଣିତ ସ୍ରୋତ          ବହିଯାଏ ଅବିରତ, ହସ୍ତପଦ କଣ୍ଟାବିଦ୍ଧ   ଭଗ୍ନ କଳେବରେ । ୨ । କଲେ ଦୁର୍ବୃତ୍ତ ଉପେକ୍ଷା           “ନିଜେ ନ କଲ ସୁରକ୍ଷା” ଆହା କଲେ ପାପୀ ରକ୍ଷା        କ୍ଷମା ନିୟତିରେ । ୩ । […]

range uthile divya saraga tanu

ରଙ୍ଗେ ଉଠିଲେ, ଦିବ୍ୟ ସରଗ ତନୁ ମୃତ୍ୟୁ ବିଜୟୀ ହୋଇଲେ… ଉଠିଲେ । ୦ । ପ୍ରତିଜ୍ଞାତ ମଶୀହ, ଈଶ ମନୁଷ୍ୟ ସେ ଯେ, ଯୀଶୁ ନାମ ନେଲେ, ମର୍ତ୍ତ୍ୟେ ଅବତରିଲେ, କ୍ରୁଶେ ପ୍ରାଣ ସେ ଦେଲେ, ମୃତ୍ୟୁ ବଳ ଭାଙ୍ଗିଲେ, ଶୟତାନ ବଳ ଗର୍ବ ଖର୍ବ କରିଲେ, ମହାପ୍ରାୟଶ୍ଚିତ୍ତେ ମୁକ୍ତି ମର୍ତ୍ତ୍ୟେ ଆଣିଲେ ସେ । ୧ । ଦମ୍ଭେ ଉଠିଲେ, ମାୟା ବିଜୟୀ ବୀର ପୁନରୁତ୍ଥିତ ହୋଇଲେ … ଉଠିଲେ ସରଗ ସିଂହାସନ, ପିତା […]

marana bijayi marana bijayi

ମରଣ ବିଜୟୀ ମରଣ ବିଜୟୀ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ            । ଘୋଷା । ଯୀଶୁ ରାଜା ଆମର ସର୍ବ ବଳେ ବଳୀୟାର ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ଼  ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ ମୃତ୍ୟୁ ନାହୁଡ଼ ଭାଙ୍ଗି ସେ ହେଲେ ମୃତ୍ୟୁଞ୍ଜୟୀ  ମରଣ ବିଜୟୀ । ୧ । ଉଡ଼େ ଜୟ ପତାକା ବାଜି ଉଠେ ମଧୁ ଗୀତିକା ପୁଲକିତ ହୁଏ ଚିତ୍ତ ଫୁଟି ଉଠେ କଳିକା […]

jishu rajana hai mo trana pasara

ଯୀଶୁ ରାଜନ ହେ ମୋର ତ୍ରାଣ ପସରା ପାପୀବନ୍ଧୁ ପାପହରା । ଘୋଷା । ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟେ ଓହ୍ଲାଇ ପାପୀ ପାପ ବହି କ୍ରୁଶେ ହୋଇଲେ ଧରା । ୧ ।    କେଡ଼େ ନିଷ୍ଠୁର ଯିହୁଦୀ ବକ୍ଷସ୍ଥଳେ ବର୍ଚ୍ଛା ଭେଦି କି କଲବଲରେ ପ୍ରାଣ ନେଲଟି ପରା । ୨ । ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣ ଏହା ଦେଖି ବେନି ଆଖି ସହେ କି ପରା । […]

papi manare thare krusha ku chahan

ପାପୀ ମନରେ ଥରେ କ୍ରୁଶକୁ ଚାହାଁ ପଳାଶ ପ୍ରସୂନ ନିନ୍ଦି ଅପଘନ ରକତେ ରଞ୍ଜିତ ହୋଇଛି ଆହା । ଘୋଷା । ଯିହୁଦୀଏ କରିଣ କୂଟ            ପିନ୍ଧାଇଲେ କଣ୍ଟା ମୁକୁଟ ପାଦ ପାଣି ପ୍ରେକ ମାରଣାର ଦୁଃଖ ଦେଖିଲେ ହୃଦୟ ବିଦାରେ ଆହା । ୧ । ତୋର ପାପ ସନ୍ତାନ ଯେତେ    କ୍ଷୟ ଯିବ ଚାହିଁବା ମାତ୍ରେ  କ୍ଷମ ଭୟ ଦୂର ହୋଇବ ନିକର ପରମ ପଥକୁ ହୋଇବ ସାହା । ୨ । କ୍ରୁଶ […]

niramala niramala niramala debataa

ନିରମଳ ନିରମଳ ନିରମଳ ଦେବତା  ସୁର ନର ପ୍ରଶଂସିତ ସୃଷ୍ଟିକରତା      । ଧ୍ରୁବ । ଶକ୍ତିମୟ ବିଶ୍ୱପିତା ଜ୍ଞାନାଞ୍ଜନ ପ୍ରଦାତା  ବଳବୁଦ୍ଧି ବିଶାରଦ ନ୍ୟାୟ ପ୍ରଣେତା  । ୧ । ପ୍ରେମମୟ ଅବତାର ଅଦ୍ୱିତୀୟ କୁମର କରୁଣା କ୍ଷୀର ସାଗର ବିଶ୍ୱନିୟନ୍ତା           । ୨ । କୃପାମୟ ‘ଯୁବାମେଷ’ କ୍ରୁଶାର୍ପିତ ନରେଶ, ପତିତ ଜନ ବାନ୍ଧବ, ପାପହରତା            । ୩ । ଜ୍ୟୋତିର୍ମୟ, ପବିତ୍ରାତ୍ମା, ସାରତତ୍ତ୍ୱ ବୋଧାତ୍ମା, ଅନୁପମ ବରଦାତା ନୀତି ବିଧାତା           । ୪ ।  […]

momo drudaya chandana jishu jaya jagata chandana

(ସ୍ୱର : ତୁମେ ଅଧମ ପତିତ ନରେ) ମମ ହୃଦୟ ଚନ୍ଦନ ଯୀଶୁ ଜୟ ଜଗତ ଚନ୍ଦନ ଅଣାକାର ପରମ ବ୍ରହ୍ମ ଜୟ ସତ୍ୟ ସନାତନ । ଘୋଷା । ପାତକୀ ଜୀବନ ଧନ ଜଗଜ୍ୟୋତି ଦୀନବନ୍ଧୁ ମନମୋହନ  ପାପହାରୀ ତ୍ରାଣକାରୀ ଜୟ ସର୍ବଶକ୍ତିମାନ । ୧ । ପତିତ ମୁକତି ପଥ ରୋଗ ଶୋକ ଦୁଃଖହାରୀ ଜଗତନାଥ ଜୟ ଜୟ ମୃତ୍ୟୁଞ୍ଜୟ ଜୟ ବିଘ୍ନ ବିନାଶନ । ୨ ।    ଯୋଗୀ ଋଷି ଜପମାଳ […]