kara aahe naragana ishwaranka guno gaano

କର ଆହେ ନରଗଣ ଈଶ୍ୱରଙ୍କ ଗୁଣଗାନ   
ସେହି ସର୍ବ ସୃଷ୍ଟିକର୍ତ୍ତା ତ୍ରୈଲୋକ୍ୟ ମହାରାଜନ         ା ଘୋଷା ।

ସେହି ଅନାଦି ଅନନ୍ତ ସେହି ମହତ୍ତ୍ୱ ବିଶିଷ୍ଟ,
ହୁଅ ସର୍ବ ପ୍ରାଣୀ ଭୀତ           କର ତାଙ୍କ ଆରାଧନା            ା ୧ ।

ସେହି ସର୍ବ ପରିତ୍ରାତା            ସେ ମହା ମଙ୍ଗଳଦାତା,
ସେହି ପ୍ରତିଫଳଦାତା କର ତାଙ୍କ ଆରାଧନା            ା ୨ ।

ସେହି ପ୍ରଭୁ ସର୍ବଜ୍ଞାତା            ଜାଣନ୍ତି ମନର କଥା,
ସେହି ପ୍ରଭୁ ସର୍ବଦର୍ଶୀ କର ତାଙ୍କ ଆରାଧନା            ା ୩ ।

ସେହି ସର୍ବ ଶକ୍ତିମାନ ଦୟାରେ ସେ ବିଭୂଷଣ,
ସେ ଅଟନ୍ତି ସର୍ବବ୍ୟାପୀ          କର ତାଙ୍କ ଆରାଧନା            ା ୪ ।

ସେହି ମହା ପରାକ୍ରମୀ           ଅଟନ୍ତି ଜଗତସ୍ୱାମୀ,
ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ         କର ତାଙ୍କ ଆରାଧନା            ା ୫ ।

ଆହେ ସର୍ବ ନରଗଣ ଗାଅ ତାଙ୍କ ଗୁଣଗାନ,
କେବଳ ପ୍ରଭୁ ଯିହୋବା          ଆରାଧନାକୁ ଭାଜନ ା ୬ ।

Leave a comment

Your email address will not be published. Required fields are marked *

2 thoughts on “kara aahe naragana ishwaranka guno gaano”