aahe krusha sainya gana aaso bahana

ଆହେ କ୍ରୁଶ ସୈନ୍ୟଗଣ, ଆସ ବହନ
ଯୀଶୁ ଜୟ ଗାନେ ପୃଥ୍ୱୀ କରିବା ପୂର୍ଣ୍ଣ । ଘୋଷା ।
 
ଧ ନ୍ୟ ଯୀଶୁ ତ୍ରାତା, ଦଶ ସହସ୍ରେ ଧନ୍ୟ,
କ୍ରୁଶ କାଷ୍ଠେ, ମରି କଷ୍ଟ ସାଧିଲେ ତ୍ରାଣ । ୧ ।
 
ସତ୍ୟ, ଶାନ୍ତି, ଦୟା, କ୍ଷମା ସେ କ୍ରୁଶେ ପୂର୍ଣ୍ଣ,
ଆମ୍ଭେ ଭୋଗୁଛୁଁ ପ୍ରଚୁରେ କି ଭାଗ୍ୟବାନ !
 
ଉଠ କ୍ରୁଶ-ସୈନ୍ୟଗଣ, ଦୟାର କର୍ମ
ପ୍ରକାଶିବା ତାଙ୍କ ପକ୍ଷେ ସେ ଯୀଶୁ ସମ । ୪ । 
 
ବିନା ମୂଲ୍ୟେ ତ୍ରାଣଧନ ହେଲୁଁ ପ୍ରାପଣ
ବିନାମୂଲ୍ୟେ ଦେବା ଆଜ୍ଞା କରୁ ପାଳନ । ୫ ।
 
ଧର୍ମାତ୍ମା ପ୍ରଭାବେ ଉଠ, କରିବା କର୍ମ
ବର୍ଣ୍ଣିବା ହୃଷ୍ଟେ ଅନ୍ତର-ଭରସା-ମର୍ମ । ୬ ।
 
ପାପ ପଥୁଁ ଫେରାଇବା ଯେତେକ ଜନ
ହୋଇବେ ଆମ୍ଭ ଦର୍ପର ମୁକୁଟ ସମ । ୭ ।
 
ଆହେ ଯୀଶୁ, କ୍ରୁଶ-ଧନ ସେ କ୍ରୁଶ-ଜ୍ଞାନ 
କ୍ରୁଶାଶ୍ରିତ ସର୍ବ ମନେ କର ବର୍ଦ୍ଧନ । ୮ ।

Leave a comment

Your email address will not be published. Required fields are marked *