(pora) tume kahicha songe thibo niyoto

(ପରା) ତୁମେ କହିଛ ସଙ୍ଗ ଥିବ ନିୟତ,

ନାହିଁ ନାହିଁ କେହି ତୁମ୍ଭ ବିନା ଭାବଗ୍ରାହୀ ଶୁଣିବା ପାଇଁ ଏ ଦୀନ ଆରତ । ଘୋଷା ।

ଆସୁଅଛି ଦ୍ୟାବଳ ରଙ୍ଗେ, ସଙ୍ଗେ ସେନାବଳ, ରୋଧିବ ହୃଦୟ-ଗଡ଼,
ଭାଙ୍ଗି ବିବେକ-ବାଡ଼ ଛନ୍ଦି ପାପ-ନିଗଡ଼ ବନ୍ଦି କରି ହରିବ ସକଳ,
କାହିଁ ଯିବି, କି ଲୁଚିବି, କି ଯୁଝିବି, ଛଅରିପୁ, ଏକାକୀ ମୁହିଁତ ?

ଭୟେ ବିଶ୍ୱାସ-ଧନ ରଖିଛି କରି ଗୋପନ, ଶତ୍ରୁ ବା କରେ ହରଣ,
ହାଣେ ଅନଳ-ବାଣ ଆଣ୍ଟେ ଆକର୍ଷିଣ କରଗତ କରିବାକୁ ମନ,
କେହି ନାହିଁ, କେ ତାରିବ, କେ ପାରିବ କାତର ଜନକୁ କରି ମୁକତ ?

ଭୟ କମ୍ପିତ ପ୍ରାଣ ଦେଖି ଏ ପ୍ରଚଣ୍ଡ ରଣ, ସରୁଚି ବିବେକ ପଣ,
କାହିଁ’ ଛ ଅରିନ୍ଦମ, ଦମ ଏ ଶତ୍ରୁଗଣ ଶ୍ରୀମୁଖ ଶପଥ ସୁମରିଣ,
କହିଅଛ, ନ ଛାଡ଼ିବି, ନ ଏଡ଼ିବି, ସାଥୀ ହେବି ଶେଷ ପରଯ୍ୟନ୍ତ । ୩ ।

Leave a comment

Your email address will not be published. Required fields are marked *