aahaa ki onugraha khitire

ଆହା କି ଅନୁଗ୍ରହ କ୍ଷିତିରେ

ପରିତ୍ରାଣ ଘେନି କରେ ମିଷ୍ଟଧ୍ୱନୀ ପାପିଷ୍ଠଙ୍କ ଶ୍ରବଣରେ । ଘୋଷା ।

ପାପ ଅଧର୍ମରେ ମୃତ ଯେତେ ନରେ ଅବା ଯେ ଥାଏ ଅନ୍ଧାରେ,

ଅନନ୍ତ ଜୀବନ କରଇ ପ୍ରଦାନ କେବଳ ଅନୁଗ୍ରହରେ । ୧ ।

ପାପୀ ପରିତ୍ରାଣ ନ ହୁଏ ପ୍ରମାଣ ନିଜ ଧର୍ମାଚରଣରେ,

ଈଶ୍ୱର ଦୃଷ୍ଟିରେ ନାହିଁ କେହି ନରେ ଧାର୍ମିକ ନିଜ କ୍ରିୟାରେ । ୨ ।

ପାପୀ ପରିତ୍ରାଣ ବହୁମୂଲ୍ୟ ଜାଣ, ମିଳେ ପ୍ରଭୁଙ୍କ ଦୟାରେ,

ପାପ ବିମୋଚନ ସନ୍ତାପ ଖଣ୍ଡନ କେବଳ ଖ୍ରୀଷ୍ଟ ମୃତ୍ୟୁରେ । ୩ ।

ପାପୀ ପରିତ୍ରାଣ ହୁଅଇ ସମ୍ପନ୍ନ ଆଉ ଧର୍ମାତ୍ମା ଦାନରେ,

ଅନନ୍ତ ଜୀବନ-ମୁକୁଟ ପ୍ରାପଣ କିଣା ଖ୍ରୀଷ୍ଟଙ୍କ ରକ୍ତରେ । ୪ । 

 

ଏଣୁ ଦର୍ପ କେହି କରି ନ ପାରଇ, ଦର୍ପ ହୁଅଇ ଖଣ୍ଡନ,

ପାପୀ ଧର୍ମ କର୍ମ ସଢ଼ାକନା ଜାଣ, ନିସ୍ତାର ଅନୁଗ୍ରହରେ । ୫ ।

Leave a comment

Your email address will not be published. Required fields are marked *