aahe dharmatmaa kari krupaa prokaashono

ଆହେ ଧର୍ମାତ୍ମା, କରି କୃପା ପ୍ରକାଶନ

କର ମୋ ମନେ ସ୍ଥାପନ ତବ ସିଂହାସନ । ଘୋଷା ।

ତୁମ୍ଭେ ହେ ପ୍ରବୋଧକର୍ତ୍ତା,          ପାପ ପୂଣ୍ୟ ବୋଧ ଦାତା,

ତୁମ୍ଭେ ଅଟ ପୂର୍ଣ୍ଣ ତେଜୋବାନ,

ତବ ଆଲୁଅ କିରଣ  ପ୍ରକାଶି ହୃଦେ ବହନ

କର ମୋର ମହା ଘୋର ତମ ବିନାଶନ   ା ୧ ।

ପ୍ରଭୁ ପ୍ରତି ପ୍ରେମ-ଭକ୍ତି           ହେଉ ମୋ ହୃଦେ ଉତ୍ପତ୍ତି

ଦୂର ହେଉ ସବୁ ପାପ-ପ୍ରେମ,

ଏହି ମୋ ଶିଥିଳ ପ୍ରାଣ           ଖ୍ରୀଷ୍ଟ ପ୍ରେମେ ପ୍ରଜ୍ଜ୍ୱଳନ କର ନିତି, ଉଠୁ,

ଉଠେ ଅନଳ ଯେସନ  ା ୨ ।

ତବ ଅତୁଷ୍ଟିଜନକ     ଅଛି ମୋ ହୃଦେ ଯେତେକ ହେଉ ପଛେ ଯେଡ଼େ ଇଷ୍ଟତମ,

ଉପାଡ଼ି ତାର ଆସନ ସମୂଳେ କର ଧ୍ୱଂସନ

କର ମୋର ହୃଦେ ତୁମ୍ଭେ ସଂପୂର୍ଣ୍ଣ ଶାସନ  ା ୩ ।

ଶୋକ ଦୁଃଖ ଯେତେ ମୋର    ସକଳ କରିଣ ଦୂର

ପୂର୍ଣ୍ଣାନନ୍ଦେ ପୂରାଅ ମୋ ପ୍ରାଣ,

ପାପମୋଚନର ଜ୍ଞାନ            କର ମୋ ହୃଦେ ପ୍ରଦାନ

ନୋହିବି କେବେ ନିରାଶେ ମଗ୍ନ ମୁଁ ଯେସନ            ା ୪ ।

Leave a comment

Your email address will not be published. Required fields are marked *