aahe traanoro poti tumbhe pheraao

ଆହେ ତ୍ରାଣର ପତି,

ତୁମ୍ଭେ ଫେରାଅ ମୋହର ମତି,

ଦୟା କରି ଦିଅ ଧର୍ମ ଦୀପ୍ତି । ଘୋଷା ।

ପାପ-ଅନ୍ଧକାର ନାଶ କରି ପ୍ରଭୁ ପ୍ରକାଶ ଧର୍ମ ଝଟତି,

ମନରେ ଭରସା କରି ତ୍ରାଣ ଆଶା ଚାହିଁ ଅଛି ତୁମ୍ଭ ପ୍ରତି    ା ୧ । 

 

ଉଦ୍ଧାରିବା ପାଇଁ ଅବତୀର୍ଣ୍ଣ ହୋଇ ସହିଲ କେତେ ଦୁର୍ଗତି,

ମୋର ପାପଭାର ଭୋଗିଲ ଶରୀର ନେବାକୁ ତୁମ୍ଭର କତି   ା ୨ ।

ମାରିଆ ନାରୀ ଯେ ଶ୍ରୀଚରଣେ ବସି କଲା ତୁମ୍ଭଠାରେ ଭକ୍ତି,

ସେହି ଅନୁସାରେ ପାପେ ଖେଦ କରି ଯେମନ୍ତେ ପାଇବି ମୁକ୍ତି । ୩ ।

ସ୍ୱର୍ଗ ଭକ୍ଷ ଦେଇ ବିଶ୍ୱାସ ସବଳ କର ତୁମ୍ଭେ ମୋର ନିତି,

ଏହି ଏତେବେଳେ ଜଣାଣ କରୁଛି ଘେନ ମୋହର ବିନତି   ା ୪ ।

ନୂଆ ଜନ୍ମ ପାଇ ସ୍ୱର୍ଗ ପୁରେ ଯାଇ ଯେମନ୍ତେ କରିବି ସ୍ତୁତି,

ତୁମ୍ଭର ମହିମା ଦେଖି କରି ତହିଁ ଭୋଗିବି ଆନନ୍ଦ ଶାନ୍ତି    ା ୫ ।

 ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *