bohilaa prochondo bege pobono

ବହିଲା ପ୍ରଚଣ୍ଡ ବେଗେ ପବନ,

ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ

ଗଭୀର ସାଗର ଢେଉ କଲ୍ଲୋଳ,

ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ,

ନାବକୁ କଲା ଅତି ଟଳମଳ । ୧ ।

ଦେଖିଣ ପ୍ରଚଣ୍ଡ ପବନ ରୀତି,

କି ଉଦ୍‌ବେଗ ହେଲା ମନରେ ଭୀତି ହୋଇଣ ସମସ୍ତେ ମନେ ନିରାଶ,

ଡାକ ପକାଇଲେ ହେଲୁ ବିନାଶ ବିଶ୍ୱାସର ସ୍ଥାନ,

ହତାଶ ଭୟରେ ହେଲା ଆଚ୍ଛନ୍ନ । ୨ ।

ମାତ୍ର ଜଣେ ସେହି ନାବରେ ଥିଲେ,

ନିଦ୍ରାରୁ ଉଠି ରବ ଶୁଣାଇଲେ

ଆହେ କଲ୍ଲୋଳ ଗଭୀର ସାଗର,

ହେ ପ୍ରଚଣ୍ଡ ବାତ, ହୁଅ ସୁସ୍ଥିର

ତାହାଙ୍କ ବଚନେ, ସମସ୍ତ ସୁସ୍ଥିର ହେଲା ତତ୍‌କ୍ଷଣେ । ୩ । 

 

ବାୟୁ ଆଜ୍ଞାବହ ତତ୍‌କ୍ଷଣେ ହେଲା,

ସମୁଦ୍ର ତାର କର୍ତ୍ତାକୁ ଚିହ୍ନିଲା ସମୁଦାୟ ହେଲା ଦେଖ ସୁସ୍ଥିର,

ଉଡ଼ିଣ ଗଲା ଭୟ ଅନ୍ଧକାର ହୋଇଲା ସୁସ୍ଥିର,

ଆକାଶ ପବନ ସମୁଦ୍ର ନୀର । ୪ ।

ହେ ମହାମହିମ ଈଶ୍ୱର ସୁତ,

ତବ ଆଜ୍ଞାଧୀନ ପ୍ରଚଣ୍ଡ ବାତ

ତୁମ୍ଭ ଆଜ୍ଞା ମାନେ ସାଗର ଢେଉ,

ପଳାଏ ପାପ ଶୟତାନ ଆଉ

ନରକ ଜଗତ, ତୁମ୍ଭେ କରିଅଛ ସବୁ ପରାସ୍ତ । ୫ । 

 

ଯେତେବେଳେ ମନେ ପାପ ଲହଡ଼ି,

ପ୍ରବଳ ହୋଇ ଆସୁଥାଏ ମାଡ଼ି,

ପ୍ରଚଣ୍ଡ ପବନ ଘୋର ଅନ୍ଧାର

କରଇ ଦୁର୍ବଳ ବିଶ୍ୱାସ ମୋର ହେ ଯୀଶୁ ଈଶ୍ୱର

ପଠାଇ ତୁମ୍ଭ ଆତ୍ମା କର ସୁସ୍ଥିର । ୬ ।

Leave a comment

Your email address will not be published. Required fields are marked *