duro duro hai moro aabiswaaso sotworo

ଦୂର ଦୂର ହେ ମୋର ଅବିଶ୍ୱାସ ସତ୍ୱର,

ତ୍ରାଣର ଆଶା ମୋର ଗୁନ୍ଥା ଖ୍ରୀଷ୍ଟ ଉପର । ଘୋଷା ।

ଏହା ସତ୍ୟ ଅଟଇ ମହା ପାପିଷ୍ଠ ମୁହିଁ

ନାହିଁ ମୋ ପୁଣ୍ୟ ଲେସ ମାତ୍ରହିଁ,

ମାତ୍ର ସମ୍ପୂର୍ଣ୍ଣ ପୂଣ୍ୟ ହୋଇଛି ଖ୍ରୀଷ୍ଟେ ପୂର୍ଣ୍ଣ,

ଜାଣେ ମୁହିଁ ତାହାଙ୍କ ପୂଣ୍ୟ ତ୍ରାଣଦାୟକ,

ସେ ପୂଣ୍ୟ ଅଟେ ମୋର ତ୍ରାଣ ପାଇଁ ପ୍ରଚୁର । ୧ ।

ଅଛି ନିଶ୍ଚୟ ମୋର ତ୍ରୁଟି ନାନା ପ୍ରକାର,

ଧ ର୍ମକର୍ମେ ମୁଁ ସିଦ୍ଧ ନୁହଇ; ମାତ୍ର ଭରସା ମୋର ନାହିଁ କର୍ମ ଉପର

ଜାଣେ ମୁଁ କର୍ମେ ତ୍ରାଣ ନ ପାରେ ପାଇ,

ଖ୍ରୀଷ୍ଟେ ବିଶ୍ୱାସ ଅଟେ ମୂଳ ପରିତ୍ରାଣର । ୨ ।

ଅଟେ ମୁହିଁ ପ୍ରମାଣ ବିଶ୍ୱାସେ ଅତି କ୍ଷୀଣ,

ବିଶ୍ୱାସୀ-ନାମକୁ ଅଭାଜନ

ମାତ୍ର ଯେବେ ନିତାନ୍ତ ମୋ ବିଶ୍ୱାସ ଯଥାର୍ଥ

ଜାଣେ ମୁହିଁ ନିଶ୍ଚିତେ ପ୍ରଭୁ ସୁଗ୍ରାହ୍ୟ ମୋତେ

କରିବେ କ୍ଷୀଣ ହେଲେ ହେଁ ବିଶ୍ୱାସ ମୋହର । ୩ ।

 

 ବିଶ୍ୱାସ ମୁଁ ଯାହାକୁ କରିଛି ଜାଣେ ତାଙ୍କୁ

ଅଟନ୍ତି ସେହି ପୂର୍ଣ୍ଣ ଦୟାଳୁ;

ଏ ମୋର ଦୃଢ଼ ବୋଧ, ଧରିଛି ତାଙ୍କ ପଦ,

ନୋହିବି କଦାଚନ ନିରାଶ କେଉଁ କ୍ଷଣ,

ନୋହିବ ନିଷ୍ଫଳ ଭରସା କେବେ ମୋହର । ୪ ।

Leave a comment

Your email address will not be published. Required fields are marked *